କୋଭିଡ କଟକଣା ଭିତରେ ଆରମ୍ଭ ହେଲା ମାଟ୍ରିକ ସମେଟିଭ ଆସେସମେଣ୍ଟ୧ ପରୀକ୍ଷା

କୋଭିଡ କଟକଣା ଭିତରେ ଆରମ୍ଭ ହେଲା ମାଟ୍ରିକ ସମେଟିଭ ଆସେସମେଣ୍ଟ୧ ପରୀକ୍ଷା

ମେଟ୍ରୋ ଟିଭି ବ୍ୟୁରୋ,୫/୧: ଆଜିଠୁ ଆରମ୍ଭ ମାଟ୍ରିକ ସମେଟିଭ ଆସେସମେଣ୍ଟ ୧ ପରୀକ୍ଷା । ପ୍ରଥମ ସିଟିଂରେ ମାତୃଭାଷା ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ ଓ ଦ୍ୱିତୀୟ ସିଟିଂରେ ରହିଛି ଗଣିତ । ୮ ହଜାର ୯୩୧ ସ୍କୁଲରେ ପରୀକ୍ଷା ଦେଉଛନ୍ତି ୫ଲକ୍ଷ ୭୬ହଜାର ୨୨୩ ପରୀକ୍ଷାର୍ଥୀ।
ପ୍ରତିଟି ଶ୍ରେଣୀଗୃହରେ ସର୍ବାଧିକ ୨୪ ଜଣ ପରୀକ୍ଷାର୍ଥୀ ରହିଛନ୍ତି। ପ୍ରଥମ ସମେଟିଭ ପରୀକ୍ଷା ୫ତାରିଖରୁ ୮ଯାଏ ପରୀକ୍ଷା ହେବ। ପ୍ରଥମ ତିନି ଦିନ ଥିଓରୀ ଓ ୮ ତାରିଖରେ କେବଳ ପ୍ରାକ୍ଟିକାଲ ପରୀକ୍ଷା ହେବ। କୋଭିଡର ସମସ୍ତ ନିୟମ କୁ ଧ୍ୟ୍ୟାନ ରଖି ପରୀକ୍ଷା କେନ୍ଦ୍ରକୁ ସାନିଟାଇଜ କରାଯିବା ସହ ସାମାଜିକ ଦୂରତା ଓ ମାସ୍କ ପରିଧାନକୁ ଗୁରୁତପୂର୍ଣ୍ଣ ଦିଆଯାଇଛି । କପି ରୋକିବାକୁ ଜିଲ୍ଲାସ୍ତରରେ ୭୨ଟି ଓ ୪୦ଟି ସେଣ୍ଟ୍ରାଲ ସ୍କ୍ଵାଡ ଗଠନ କରାଯାଇଛି।