କାଳିଆ ଛାତ୍ରବୃତ୍ତି ଯେପରି ଅଧିକ ଉପଯୋଗୀ ହେବ ଏବଂ ଏହା ଦ୍ୱାରା ଯେପରି ଅଧିକ ପିଲା ଉପକୃତ ହୋଇପାରିବେ, ସେଥି ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଆବଶ୍ୟକ ସଂଶୋଧନ କରାଯାଇଛି । ଆଜି ଏହି ମର୍ମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ ସଂଶୋଧିତ ‘କାଳିଆ ଛାତ୍ରବୃତ୍ତି’ ମାର୍ଗଦର୍ଶିକା ଜାରି କରାଯାଇଛି । ଏଥିରେ ବୃତ୍ତିଗତ କିମ୍ବା ବୈଷୟିକ ପାଠ୍ୟକ୍ରମରେ ଉଚ୍ଚଶିକ୍ଷା ନିମନ୍ତେ ରାଜ୍ୟ ଓ ରାଜ୍ୟ ବାହାରର ପି୍ରମିୟର ସରକାରୀ ଶିକ୍ଷାନୁଷ୍ଠାନ ସମେତ ରାଜ୍ୟର ଅଲ୍ଇଣ୍ଡିଆ ସର୍ଭେ ଅନ୍ ହାୟାର ଏଜୁକେସନ୍ କୋଡ଼ ପ୍ରାପ୍ତ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ ସାମିଲ କରାଯାଇଛି ।ପୂର୍ବରୁ ସରକାରୀ ଶିକ୍ଷାନୁଷ୍ଠାନର ବୃତ୍ତିଗତ କିମ୍ବା ବୈଷୟିକ ଶିକ୍ଷାରେ ଗ୍ରାଜୁଏସନ୍ ପାଠ୍ୟକ୍ରମ, ଏମ୍ବିବିଏସ୍, ବିଡ଼ିଏସ୍, ବିଏଚ୍ଏମ୍ଏସ୍, ବି. ଫାର୍ମା, ବିଏସ୍ସି (ନର୍ସିଂ), ପିବିବିଏସ୍ସି ନର୍ସିଂ, ବିଏସ୍ସି (ସମ୍ମାନ) କୃଷି, ବିଭିଏସ୍ସି ଆଣ୍ଡ ଏଏଚ୍, ବିଏସ୍ସି (ସମ୍ମାନ) ଉଦ୍ୟାନ କୃଷି, ବିଏସ୍ସି (ସମ୍ମାନ) ଫରେଷ୍ଟ୍ରି, ବିଏସ୍ସି (ଫିସରିଜ୍ ସାଇନ୍ସ), ବିଏସ୍ସି (କମୁ୍ୟନିଟି ସାଇନ୍ସ), ବିଟେକ୍ (ଏଗ୍ରି ଇଞ୍ଜିନିୟରିଂ), ବି.ଟେକ୍/ବି.ଇ ସାମିଲ ଥିଲା । ବର୍ତ୍ତମାନ ଏହାକୁ ପରିବର୍ଦ୍ଧିତ କରାଯାଇ ବିବିଏ ଓ ବିସିଏ ପାଠ୍ୟକ୍ରମ ସାମିଲ କରାଯିବା ସହିତ ରାଜ୍ୟର ଘରୋଇ ଶିକ୍ଷାନୁଷ୍ଠାନରେ ତତୁଲ୍ୟ ପାଠ୍ୟକ୍ରମ କାଳିଆ ଛାତ୍ରବୃତ୍ତିରେ ସାମିଲ କରାଯାଇଛି ।
Trending
- ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ୍
- ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି , ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ବଦଳିବ
- ଶ୍ରାବଣ ମାସର ତୃତୀୟ ସୋମବାର
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
Prev Post
Next Post