ଦୁଇବର୍ଷିଆ ବି.ଏଡ୍ କରିଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ସ୍ୱତନ୍ତ୍ର ଶିକ୍ଷାରେ ଦୁଇ ବର୍ଷିଆ ବି.ଏଡ୍ ଡିଗ୍ରୀଧାରୀ କନିଷ୍ଠ ଶିକ୍ଷକ ପାଇଁ ଯୋଗ୍ୟ ହେବେ । ଏହି ବି.ଏଡ୍ ପ୍ରାର୍ଥୀଙ୍କୁ କନିଷ୍ଠ ଶିକ୍ଷକ (ସ୍କିମାଟିକ) ନିଯୁକ୍ତି ପ୍ରକ୍ରିୟାରେ ସାମିଲ କରିବାକୁ ଅନୁମତି ମିଳିଛି । ରାଷ୍ଟ୍ରୀୟ ଶିକ୍ଷକ ଶିକ୍ଷା ପରିଷଦ (ଏନସିଟିଇ) ପକ୍ଷରୁ ଏନେଇ ସ୍ପଷ୍ଟିକରଣ ଜାରି କରାଯିବା ପରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।ଏହି କ୍ରମରେ ସ୍ୱତନ୍ତ୍ର ଶିକ୍ଷାରେ ଦୁଇବର୍ଷିଆ ବି.ଏଡ୍ କରିଥିବା ଛାତ୍ରଛାତ୍ରୀଙ୍କୁ କନିଷ୍ଠ ଶିକ୍ଷକ (ସ୍କିମାଟିକ) ନିଯୁକ୍ତି ପ୍ରକ୍ରିୟାରେ ସାମିଲ କରିବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କନିଷ୍ଠ ଶିକ୍ଷକ (ସ୍କିମାଟିକ) ନିଯୁକ୍ତିରେ ସ୍ୱତନ୍ତ୍ର ଶିକ୍ଷାରେ ବର୍ଷିକିଆ ବି.ଏଡ ପ୍ରାର୍ଥୀଙ୍କୁ ସାମିଲ କରାଯାଇଥିବା ବେଳେ ଦୁଇବର୍ଷିଆ ବି.ଏଡ୍ ପ୍ରାର୍ଥୀଙ୍କୁ ବାଦ୍ ଦିଆଯାଇଥିଲା । ଫଳରେ ଏହାକୁ ନେଇ ବିବାଦ ଉପୁଜିବାସହ ଅଧିକ ପାଠ ପଢ଼ିଥିବା ପ୍ରାର୍ଥୀଙ୍କୁ କେଉଁ ଆଧାରରେ ବାଦ୍ ଦିଆଯାଉଛି ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ପ୍ରଶ୍ନ ଉଠିଥିଲା । ମାତ୍ର ଏବେ ଏନସିଟିଇ ପକ୍ଷରୁ ସ୍ପଷ୍ଟିକରଣ ଜାରି କରାଯାଇ ସ୍ୱତନ୍ତ୍ର ଶିକ୍ଷାରେ ଦୁଇ ବର୍ଷିଆ ବି.ଏଡ୍ କରିଥିବା ପ୍ରାର୍ଥୀଙ୍କୁ କନିଷ୍ଠ ଶିକ୍ଷକ ନିଯୁକ୍ତିରେ ସାମିଲ କରାଯିବାକୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ୨୦୦୪-୦୫ ଶିକ୍ଷାବର୍ଷ ଠାରୁ ବର୍ଷିକିଆ ବି.ଏଡ୍ ଦୁଇବର୍ଷିଆ ବି.ଏଡରେ ରୂପାନ୍ତରିତ ହୋଇଥିଲା । ଏନସିଟିଏର ଏହି ନିଷ୍ପତ୍ତି ପରେ ଏବେ ରାଜ୍ୟର ବହୁ ଦୁଇବର୍ଷିଆ ବି.ଏଡ୍ ଧାରୀ ବିଶେଷ ଭାବେ ଉପକୃତ ହେବେ ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post