ନାସନାଲ ଥର୍ମଲ ପାୱାର କର୍ପୋରେସନ ବା ଏନଟିପିସିରେ ବେକାର ଯୁବକ, ଯୁବତୀଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ଏଥିପାଇଁ ସଂସ୍ଥା ପକ୍ଷରୁ ଜାରି ହୋଇଛି ନୋଟିଫିକେସନ । କମ୍ପାନୀର ବିଭିନ୍ନ ବିଭାଗ ପାଇଁ ଉପ ପରିଚାଳକ ବା ଡେପୁଟି ମ୍ୟାନେଜର ପଦବୀରେ ଆବେଦନ ଲୋଡା ଯାଇଛି ।
ଏନଟିପିସିର ବିଜ୍ଞାପ୍ତି ମୁତାବକ, ଡେପୁଟି ମ୍ୟାନେଜରର ଏକାଧିକ ପୋଷ୍ଟ ରହିଛି । ଏଥିପାଇଁ ଉଭୟ ଯୁବକ ଓ ଯୁବତୀ ଅନଲାଇନରେ ଆବେଦନ କରିପାରିବେ । ଆବେଦନ ପାଇଁ ପ୍ରାର୍ଥୀଙ୍କୁ କମ୍ପାନୀର ୱେବସାଇଟ ntpc.co.inକୁ ଯାଇ ସେଥିରେ ଥିବା NTPC Deputy Manager Recruitment Apply for 250 Posts Notification ଲିଙ୍କରେ କ୍ଲିକ କରିବାକୁ ହେବ । ବିଜ୍ଞପ୍ତି ତଥ୍ୟ ମୁତାବକ ୧୪ ସେପ୍ଟେମ୍ବର ୨୦୨୪ରୁ ଆରମ୍ଭ ହେବ ଆବେଦନ ଓ ଶେଷ ହେବ ୨୮ ସେପ୍ଟେମ୍ବର ୨୦୨୪ରେ । ଏଥିପରେ ବିଭିନ୍ନ ବିଭାଗରେ ରହିଥିବା ପଦବୀ ନିମ୍ନରେ ରହିଛି ।
ଇଲେକ୍ଟ୍ରିକାଲ ଇରେକ୍ସନ ଡେପୁଟି ମ୍ୟାନେଜର ୪୫ ଟି ପଦ,
ମେକାନିକାଲ୍ ଇରେକ୍ସନ୍ ଡେପୁଟି ମ୍ୟାନେଜର – ୯୫ଟି ପୋଷ୍ଟ୍
ସି ଆଣ୍ଡ ଆଇ ଇରେକସନ୍ ଡେପୁଟି ମ୍ୟାନେଜର – ୩୫ଟି ପୋଷ୍ଟ୍
ସିଭିଲ୍ କନଷ୍ଟ୍ରକସନ ଡେପୁଟି ମ୍ୟାନେଜର – ୭୫ଟି ପୋଷ୍ଟ୍