ଆଜି ୨୭ଟି ଆଇଟି ହାର୍ଡୱେୟାର ନିର୍ମାତାଙ୍କ ଆବେଦନକୁ ଅନୁମୋଦନ ମିଳିଛି । ଆସର, ଆସୁସ, ଡେଲ୍, ଏଚ୍ ପି, ଲେନୋଭୋ ଆଦି ଜଣାଶୁଣା ବ୍ରାଣ୍ଡ୍ ର ଆଇଟି ହାର୍ଡୱେୟାର ଭାରତରେ ଉତ୍ପାଦନ କରାଯିବ । ଯୋଜନାର କାର୍ଯ୍ୟକାଳ ମଧ୍ୟରେ ଏହି ଅନୁମୋଦନର ଆଶାନୁରୂପ ଫଳାଫଳ ହେଉଛ :
ନିଯୁକ୍ତି : ସମୁଦାୟ ପ୍ରାୟ ୨ ଲକ୍ଷ
ପାଖାପାଖି ୫୦,୦୦୦ (ପ୍ରତ୍ୟକ୍ଷ) ଏବଂ ପ୍ରାୟ ଦେଢ଼ ଲକ୍ଷ (ପରୋକ୍ଷ)
ଆଇଟି ହାର୍ଡୱେୟାର ଉତ୍ପାଦନର ମୂଲ୍ୟ : ୩ ଲକ୍ଷ ୫୦ ହଜାର କୋଟି ଟଙ୍କା (୪୨ ବିଲିୟନ ଆମେରିକୀୟ ଡଲାର)
କଂପାନିଗୁଡ଼ିକ ଦ୍ୱାରା ନିବେଶ : ୩,୦୦୦ କୋଟି ଟଙ୍କା (୩୬୦ ନିୟୁତ ଆମେରିକୀୟ ଡଲାର)
ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ଯେ ଅନୁମୋଦିତ ୨୭ ଆବେଦନକାରୀଙ୍କ ମଧ୍ୟରୁ ୨୩ ଜଣ ସଙ୍ଗେ ସଙ୍ଗେ ଉତ୍ପାଦନ ଆରମ୍ଭ କରିବାକୁ ପ୍ରସ୍ତୁତ ଅଛନ୍ତି ।