ରାଜ୍ୟର ବ୍ରହ୍ମପୁର ସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ଆଇଜର) ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ସୁପରିଟେଣ୍ଡିଙ୍ଗ ଇଞ୍ଜିନିୟର ଓ ଜୁନିୟର ସୁପରିଟେଣ୍ଡେଣ୍ଟ ପଦରେ ନିଯୁକ୍ତି ଦିଆଯିବ । ଏହି ନିଯୁକ୍ତି ବିଷୟର ଅଧିକ ତଥ୍ୟ ଜାଣିବା ପାଇଁ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ଜାଣି ପାରିବେ ।ସୁପରିଟେଣ୍ଡିଙ୍ଗ ପାଇଁ ଗୋଟିଏ ପଦ ଖାଲି ରହିଥିବା ବେଳେ ଜୁନିୟର ଇଞ୍ଜିନିୟର ପାଇଁ ୨ଟି ପଦ ଖାଲି ରହିଛି । ସମସ୍ତ ପଦ ୟୁଆର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି । ସମସ୍ତ ପ୍ରାର୍ଥୀଙ୍କୁ ସିଧାସଳଖ ଭାବେ ନିଯୁକ୍ତି ଦିଆଯିବ । ଫେବୃଆରୀ ମାସ ୫ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ମାର୍ଚ୍ଚ ମାସ ୫ ତାରିଖରେ ସମାପ୍ତ ହେବ ।ମାର୍ଚ୍ଚ ମାସ ୫ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା, ବୟସ ଯୋଗ୍ୟତା, କାର୍ଯ୍ୟ ଅଭିଜ୍ଞତା ଆଦି ହିସାବକୁ ନିଆଯିବ । ପ୍ରାର୍ଥୀମାନେ କେବଳ ଅନଲାଇନ୍ ଜରିଆରେ ଆବେଦନ କରିପାରିବେ । ଏହି ନିଯୁକ୍ତି ସମ୍ବନ୍ଧୀୟ ଅପଡେଟ୍ ପାଇବା ପାଇଁ ପ୍ରାର୍ଥୀମାନେ ନିୟମିତ ଭାବେ ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରିବାକୁ କୁହାଯାଇଛି ।
Trending
- ସରିଲା କ୍ୟାବିନେଟ୍ ବୈଠକ,୭ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍ ମୋହର
- ଭାରସାମ୍ୟ ହରାଇ ଚାଷ ଜମି କୁ ଓଲଟିଲା ଓଏସ୍ଆର୍ଟିସି ବସ୍ , ୧୫ ଆହତ
- ଶ୍ରୀମନ୍ଦିର ପଥର କାନ୍ଥରେ ଦିଆଯାଇଛି ଧମକପୂର୍ଣ୍ଣ ବାର୍ତ୍ତା
- ସ୍ୱାଧୀନତା ଦିବସ, କିଏ କେଉଁଠି ପତାକା ଉତ୍ତୋଳନ କରିବେ ଜାଣନ୍ତୁ..
- ଆଧାର ନାଗରିକତାର ନିର୍ଣ୍ଣାୟକ ପ୍ରମାଣପତ୍ର ବୋଲି ସ୍ବୀକାର କରାଯାଇପାରିବ ନାହିଁ – ସୁପ୍ରିମକୋର୍ଟ
- ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ମ୍ୟାନୁଫାକଚରିଂ ୟୁନିଟ୍ ପ୍ରତିଷ୍ଠା ହେବ
- ଆଜି ବିଶ୍ବ ହାତୀ ଦିବସ
- ସେପ୍ଟେମ୍ବର ୧ ରୁ ଦିଲ୍ଲୀରୁ ୱାଶିଂଟନ ବିମାନ ସେବ ବନ୍ଦ
- ଆଖି ବୁଜିଲେ ବରଗଡ଼ର ଅର୍ଦ୍ଧଦଗ୍ଧ ନାବାଳିକା
- ପ୍ରାକୃତିକ ବିପର୍ଯ୍ୟୟରେ ଜମି ହରାଇଥିଲେ ଜମି ଦେବେ ସରକାର
Next Post