ଭାରତୀୟ ସେନାର ଶକ୍ତି ବଢାଇବ ଓଡିଶାର ସ୍ୱତନ୍ତ୍ର ଡ୍ରୋନ ବନଭି ଏରୋ

ମରୁଭୁମିଠାରୁ ଆରମ୍ଭ କରି ବରଫାବୃତ୍ତ ଅଞ୍ଚଳରେ ଜାଗ୍ରତ ପ୍ରହରୀ ହୋଇ ଦାୟିତ୍ୱ ତୁଲାଉଛନ୍ତି ଭାରତୀୟ ସୈନିକ । ଖାଦ୍ୟଠାରୁ ଆରମ୍ଭ କରି ଅସ୍ତ୍ର ଶସ୍ତ୍ର ସବୁ ପାହାଡକୁ ନେବାରେ ହୁଏ ଅନେକ ସମସ୍ୟା । କିନ୍ତୁ ଏବେ ଏହି ସମସ୍ୟାକୁ ଦୁର କରିବ ସ୍ୱତନ୍ତ୍ର ଡ୍ରୋନ ବନଭି ଏରୋ । ଓଡିଶାରେ ତିଆରି ହୋଇଥିବା ଏହି ନିଆରା ଡ୍ରୋନ ଏବେ ଭାରତୀୟ ସେନାର ଶକ୍ତି ବଢାଇବ। ହିମାଳୟର ବିଭିନ୍ନ ଅଞ୍ଚଳରେ ଉଡିବାର କ୍ଷମତା ରଖିଥିବା ବନଭି ଏରୋ ଏବେ ସାମିଲ ହୋଇଛି ଭାରତୀୟ ସେନାରେ । ସୈନିକଙ୍କ ପାଖକୁ ଖାଦ୍ୟ ସାମଗ୍ରୀ ପଠାଇବା ସହ ଅସ୍ତ୍ର ଶସ୍ତ୍ରବି ପଠାଇପାରୁଛି ଏହି ସ୍ୱୟଂଚାଳିତ ଡ୍ରୋନ ବନଭି ଏରୋ । ଏନେଇ ଭାରତୀୟ ସେନା ଓ ବନଭି ମଧ୍ୟରେ ହୋଇଛି ଚୁକ୍ତିନାମା।