ଶ୍ରୀମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ପ୍ରଥମେ ଅରୁଣ ସ୍ତମ୍ଭକୁ ମୁଣ୍ଡିଆ ମାରି ମନ୍ଦିର ଭିତରକୁ ଯାଇଥାନ୍ତି । ଏହାପରେ ସିଂହଦ୍ୱାର ବାହାରୁ ପତିତପାବନଙ୍କୁ ଦର୍ଶନ କରି ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରନ୍ତି ମହାପ୍ରଭୁଙ୍କ ଲକ୍ଷ ଲକ୍ଷ ଭକ୍ତ । କିନ୍ତୁ ରତ୍ନ ସିଂହାସନରେ ପ୍ରଭୁଙ୍କୁ ଦର୍ଶନ କରିବା ପୂର୍ବରୁ ସିଂହଦୁଆରରେ ଏକ ମନଲୋଭା ରୂପରେ ବିରାଜମାନ କରିଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ । ସିଂହଦୁଆରରେ ଚକାଡୋଳା କାଳିଆ ସଆନ୍ତ ପତିତପାବନଙ୍କ ରୁପରେ ବିରାଜମାନ କରିଛନ୍ତି । ଆପଣ ଜାଣନ୍ତି କି କେବେଠାରୁ ଶ୍ରୀମନ୍ଦିର ସିଂହଦୁଆରରେ ରହିଛନ୍ତି ପତିତପାବନ? କାହିଁକି ବାହାରକୁ ମୁହଁ କରି ସିଂହଦ୍ୱାରରେ ରହିଛନ୍ତି ପତିତପାବନ?
ଜଗନ୍ନାଥ ସଂସ୍କୃତି ବହୁ ପୁରୁଣା । ଶ୍ରୀମନ୍ଦିରକୁ ନେଇ ରହିଛି ଅନେକ ଅଜଣା କଥା ଏବଂ ଅନେକ କାହାଣୀ । ଶ୍ରୀମନ୍ଦିର ଉପରେ ମଧ୍ୟ ଅନେକ ଆକ୍ରମଣ ହୋଇଛି । ବହୁତ କିଛି ସହିଛି ଶ୍ରୀମନ୍ଦିର । ସେତେବେଳେ ଶ୍ରୀମନ୍ଦିର ଉପରେ ବହୁ ମୋଗଲ ରାଜା ମାନଙ୍କର ନଜର ଥିଲା । ଶ୍ରୀମନ୍ଦିରକୁ ଅକ୍ତିଆର କରିବା ପାଇଁ ସେମାନେ ହିନ୍ଦୁ ଶାସକ ମାନଙ୍କୁ ଆକ୍ରମଣ କରି ଧର୍ମାନ୍ତରିକରଣ କରୁଥିଲେ ।ରାଜା ରାମଚନ୍ଦ୍ର ଦେବ ସୁବେଦାର ତକ୍କିଖାନ ଅଧିନରେ ଖୋର୍ଦ୍ଧା ଅଞ୍ଚଳରେ ଶାସନ କରୁଥିଲେ । ହେଲେ ଧିରେ ଧିରେ ବଢ଼ି ଚାଲିଥିଲା ତପ୍ତିଖାନର ଅତ୍ୟାଚାର । ଯାହାପରେ ତକ୍କିଖାନର ଅତ୍ୟାଚରରେ ଅତିଷ୍ଟ ହୋଇ ସେ ତାଙ୍କ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କରିଥିଲେ । ହେଲେ ରାଜା ରାମଚନ୍ଦ୍ରଦେବ ଦୁର୍ଭାଗ୍ୟବଶତଃ ଯୁଦ୍ଧରେ ପରାସ୍ତା ହୋଇଗଲେ । ତପ୍ତିଖାନର ବିଶାଳ ସେନା ଆଗରେ ହାରିଯାଇ ବନ୍ଦି ହୋଇଥିଲେ । ଏହା ପରେ ତକ୍କିଖାନ ପ୍ରସ୍ତାବ ଦେଇଥିଲା ଯେ, ଯଦି ରାଜା ତାଙ୍କ ଭଉଣୀ ରଜିଆଙ୍କୁ ବିବାହ କରନ୍ତି । ତେବେ ସେ ଶ୍ରୀମନ୍ଦିର ଉପରେ ଆଉ ଆକ୍ରମଣ କରିବେ ନାହିଁ । ବନ୍ଦୀରୁ ମଧ୍ୟ ରାଜାଙ୍କୁ ମୁକ୍ତି କରିଦେବେ । ଏହା ପରେ ରାଜା ରାମଚନ୍ଦ୍ର ଦେବ ଶ୍ରୀମନ୍ଦିରକୁ ରକ୍ଷା କରିବା ପାଇଁ ରଜିଆଙ୍କୁ ବିବାହ କରିଥିଲେ ।