ନୂଆବର୍ଷରୁ ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ପାଇଁ ଲାଗୁହେବ ଡ୍ରେସ୍କୋଡ଼। ଅଶାଳୀନ ପୋଷାକ ପିନ୍ଧି ଆସିଲେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ। ଚାରୋଟି ଦ୍ୱାରରେ ଡ୍ରେସ୍କୋଡ଼ ଯାଞ୍ଚ କରାଯିବ। ଧାର୍ମିକ ପରମ୍ପରା ଏବଂ ଆଧ୍ୟାତ୍ମିକ ପରିବେଶ ଅକ୍ଷୁଣ୍ଣ ରଖିବା ପାଇଁ ଏଭଳି କଟକଣା ଜାରି କରାଯାଇଥିବା ମୁଖ୍ୟ ପ୍ରଶାସକ ଡ. ରଞ୍ଜନ କୁମାର ଦାସ କହିଛନ୍ତି। ଦାରୁବ୍ରହ୍ମଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ପ୍ରାପ୍ତ ବୟସ୍କ ପୁରୁଷ ଓ ମହିଳାଙ୍କ ପାଇଁ ଏହି କଟକଣା ଜାନୁଆରୀ ୧ରୁ କଡ଼ାକଡ଼ି କାର୍ଯ୍ୟକାରୀ ହେବ। ପୁରୁଷ ବ୍ୟକ୍ତି ଧୋତି, ଗାମୁଛା, ପଞ୍ଜାବୀ, ପ୍ୟାଣ୍ଟ ଓ ସାର୍ଟ ପିନ୍ଧି ଶ୍ରୀମନ୍ଦିରରେ ପ୍ରବେଶ କରିବେ। ମହିଳା ଶାଢ଼ି,ସାଲୱାର ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ୧୨ବର୍ଷରୁ ଊର୍ଦ୍ଧ୍ବ ପୁରୁଷ ବ୍ୟକ୍ତିଙ୍କ ପାଇଁ ହାଫ୍ ପ୍ୟାଣ୍ଟ ଏବଂ ଚିରାଫଟା ଜିନ୍ସ ପୋଷାକ ବାରଣ କରାଯାଇଛି । ମହିଳାମାନେ ଛୋଟ ପୋଷାକ ନପିନ୍ଧିବାକୁ କୁହାଯାଇଛି। ଅଶ୍ଳୀଳ ପୋଷାକ ପିନ୍ଧି ଆସୁଥିବା ବ୍ୟକ୍ତିମାନେ ଶ୍ରୀମନ୍ଦିର ପରିବର୍ତ୍ତେ ବେଳାଭୂମି କିମ୍ବା ପାର୍କ ବୁଲିବାକୁ ଯିବା ଉଚିତ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ପୋଷାକ ଯାଞ୍ଚ ପାଇଁ ପ୍ରତିହାରୀ ସେବକ ଏବଂ ଜେଟିପି କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯିବ। ସିଂହଦ୍ୱାର, ଉତ୍ତରଦ୍ୱାର, ଦକ୍ଷିଣଦ୍ୱାର ଏବଂ ପଶ୍ଚିମଦ୍ୱାର ନିକଟରେ ପୋଷାକ ପରିବର୍ତ୍ତନ ଗୃହ ନିର୍ମାଣ କରାଯିବ। ଆଗ୍ରହୀ ଭକ୍ତମାନେ ସେଠାରେ ପୋଷାକ ପରିବର୍ତ୍ତନ କରିପାରିବେ। ଦକ୍ଷିଣ ଭାରତର ଅଧିକାଂଶ ମନ୍ଦିରରେ ଡ୍ରେସ୍କୋଡ଼ ବ୍ୟବସ୍ଥା ରହିଛି। ଶ୍ରୀମନ୍ଦିରରେ ତାହାକୁ ଲାଗୁ କରିବା ପାଇଁ ରଥଯାତ୍ରା ପରେ କେତେକ ସେବକ ନିଯୋଗ ପରାମର୍ଶ ଦେଇଥିଲେ। ସୋମବାର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସର୍ବସମ୍ମତିକ୍ରମେ ଡ୍ରେସ୍କୋଡ଼ ଲାଗୁ କରାଯାଇଛି। ସବୁ ଧର୍ମରେ ଏଭଳି କିଛି କଟକଣା ରହିଥିବା ଶ୍ରୀ ଦାସ କହିଛନ୍ତି।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post