ପ୍ରଭୁ ଶିବଶଙ୍କରଙ୍କୁ ବେଲପତ୍ର ଖୁବ ପ୍ରିୟ, ଏହାର ଶିବ ପୁରାଣରେ ମଧ୍ୟ ବର୍ଣ୍ଣନା କରାଯାଇଛି। ତେଣୁ ସମସ୍ତ ଭକ୍ତ ଶ୍ରଦ୍ଧାର ଭାବ ସହ ପ୍ରଭୁଙ୍କୁ ପୂଜାର୍ଚ୍ଚନା କରିବା ସମୟରେ ବେଲ ପତ୍ର ଅର୍ପଣ କରିଥାଆନ୍ତି। ଏହାଦ୍ୱାରା ପ୍ରଭୁ ଖୁବ ପ୍ରସନ୍ନ ହେବା ସହ ଭକ୍ତଙ୍କ ଉପରେ କୃପା ଓ ଆଶୀର୍ବାଦ ଦେଇଥାଆନ୍ତି।
ବେଲ ଗଛକୁ ଶ୍ରୀବୃକ୍ଷ ମଧ୍ୟ କୁହାଯାଏ। ମାନ୍ୟତା ଅନୁଯାୟୀ, ଏଥିରେ ପ୍ରଭୁ ମହାଦେବ ବାସ କରନ୍ତି। ତିନିଟି ପତ୍ର ବିଶିଷ୍ଟ ବେଲପତ୍ରକୁ ତ୍ରିଦେବଙ୍କ ଏକ ରୂପ ବୋଲି ମଧ୍ୟ କୁହାଯାଏ। କିମ୍ବଦନ୍ତୀ ଅନୁଯାୟୀ, ଏକଦା ମାତା ପାର୍ବତୀ ଆଙ୍ଗୁଠିରେ ନିଜ ମଥାରେ ଥିବା ଝାଳକୁ ପୋଛି ପକାଇଦେଇଥିଲେ। ସେହି ଝାଳରୁ କିଛି ବୁନ୍ଦା ମନ୍ଦାର ପର୍ବତରେ ପଡ଼ିଥିଲା। ସେଥିରୁ ହିଁ ବେଲ ଗଛ ଉତ୍ପନ ହୋଇଛି ବୋଲି କୁହାଯାଏ। ଏହି ବେଲ ବୃକ୍ଷ ଅଧିକାଂଶ କେବଳ ମନ୍ଦିର ନିକଟରେ ହିଁ ଥାଏ।
କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ ଭଗବାନ ଶଙ୍କରଙ୍କୁ ବେଲପତ୍ରରେ ଚନ୍ଦନରେ ଓଁ ନମଃ ଶିବାୟ ଲେଖି ଅର୍ପଣ କରନ୍ତୁ। ଏହାଦ୍ୱାରା ଶୁଭଫଳ ମିଳିବା ସହ ସଫଳତା ମିଳିଥାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରଭୁ ଶିବଶଙ୍କର ମନ୍ତ୍ର ଜପ କରିବା ବେଶ ଲାଭଦାୟକ। ନିୟମିତ ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରିବା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ, ମାନସିକ ଶାନ୍ତି ପ୍ରାପ୍ତି ହୋଇଥାଏ। ଯେଉଁମାନଙ୍କୁ ଅଧିକ କ୍ରୋଧ ଆସିଥାଏ, ସେମାନେ ମଧ୍ୟ ଏହି ମନ୍ତ୍ର ଜପ କରିବା ଉଚିତ। ଏହି ମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କୁ ବହୁ ଶୁଭଫଳ ମଧ୍ୟ ପ୍ରାପ୍ତି ହେବା ସହ ଅନେକ ସମସ୍ୟାର ସମାଧାନ ହୋଇଥାଏ।
ଦାମ୍ପତ୍ୟ ଜୀବନରେ ସମସ୍ୟା ଥିଲେ, ପତି-ପତ୍ନୀ ସୋମବାର ଦିନ ଏକାସହ ଭଗବାନ ଭୋଳାଶଙ୍କର ସହ ମା’ଗୌରୀଙ୍କର ପୂଜା କରନ୍ତୁ। ମାତା ପାର୍ବତୀଙ୍କୁ ୧୬ ଶୃଙ୍ଗାର ଅର୍ପଣ କରନ୍ତୁ। ଏହାଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post