ଚଳିତ ପାର୍ବଣକୁ ନେଇ ବର୍ତମାନ ଆନ୍ତଃରାଜ୍ୟ ଗ୍ୟାଙ୍ଗ ଅଧିକ ସକ୍ରିୟ ହୋଇଥିବା ବେଳେ ସେମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ରହିବ ସ୍ପେସିଆଲ ସ୍କ୍ୱାର୍ଡ । ଭିଡ଼ ଏବଂ ମଉଜ ସମୟରେ ଲୁଟେରା ଅପରାଧିକ କାର୍ଯ୍ୟକଳାପ ଜାରି ରଖିବେ ଅପରାଧୀ । ଯାହାକୁ ଦୃଷ୍ଟିରେ ରଖି ବର୍ତମାନ ପୋଲିସ ବିଭାଗ ତରଫରୁ ସମସ୍ତ ଥାନାକୁ ଆଲର୍ଟ କରାଯାଇଛି ।ପୂଜା ସମୟରେ ଗ୍ୟାଙ୍ଗ ସ୍କାନରରେ ରହିବ ଗହଳି ସ୍ଥାନ । ଡକାୟତି, ଦାଦାଗିରି, ପକେଟ ମାର୍, ମୋବାଇଲ ଚୋରି, ସୁନା ଚେନ ଝାମ୍ପିବା ସହ ଅସଦାଚରଣ ଭଳି କାଣ୍ଡ ଘଟାଇବା ଲକ୍ଷ୍ୟରେ ରହିବେ ଅପରାଧୀ । ତେବେ ଏହାକୁ ରୋକ ଲଗାଇବା ସହ ସେମାନଙ୍କୁ ଧରି ପାର୍ବଣକୁ କ୍ରାଇମ ଫ୍ରି କରିବାକୁ ପୋଲିସର ପ୍ରଚେଷ୍ଟା ଜାରି ରହିବ । ଯାହାକୁ ନେଇ ପ୍ରସ୍ତୁତ ହୋଇସାରିଲାଣି ପୋଲିସ ବିଭାଗ । ତେବେ ଏହି ଗ୍ୟାଙ୍ଗ ବାବଦରେ ପୁଲିସ ଅବଗତ ଥିବା ବେଳେ ନଜର ରଖିବା ପାଇଁ ପେଣ୍ଡାଲରେ ଅଣ୍ଡର କଭର ଅଫିସର ସାଧା ପୋଷାକରେ ଜଗିବେ। ପୋଲିସର ସ୍ପେଶାଲ ସ୍କ୍ୱାଡ଼, ଟିମ-୬୦ ଓ ପିଓପିଡି ଟିମ ଏବେ ଆକ୍ଟିଭ ମୋଡରେ ରହିଥିବା ଜଣାପଡିଛି । ଲୋକଙ୍କୁ ଭେଟି ପୁଲିସ ତାର ଉପସ୍ଥିତ ଜାହିର କରୁଛି । ଗତ ବର୍ଷ ବିଭିନ୍ନ ପୂଜା ପେଣ୍ଡାଲରେ ଏମିତି କିଛି ଘଟଣା ଘଟିଥିଲା । ସେହି ଗ୍ୟାଙ୍ଗ ମାନଙ୍କୁ କମିଟି ସହାୟତାରେ ପୁଲିସ ଧରିଥିଲା । ସେହି ଫଣ୍ଡାକୁ ନେଇ ପୁଲିସ ରଣନିତୀ କରିଛି ବୋଲି ଡିସିପି କହିଛନ୍ତି ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Next Post