ଆଜି ନୂଆଁଖାଇ । ଏଥିପାଇଁ ଚଳଚଞ୍ଚଳ ସାରା ପଶ୍ଚିମ ଓଡ଼ିଶା । ଉତ୍ସବ ମୁଖର ପଶ୍ଚିମ ଓଡ଼ିଶାର ଗାଁଠୁ ସହର। ଘରେ ଘରେ ପ୍ରସ୍ତୁତି ଜୋରସୋର । ପିଠାପଣାର ମହକରେ ମହକୁଛି ଘର। ତିଆରି ଚାଲିଛି ଭଳିକି ଭଳି ସ୍ବାଦିଷ୍ଟ ବ୍ୟଞ୍ଜନ। ଘରେ ବନ୍ଧୁ ବାନ୍ଧବଙ୍କ ଭିଡ଼। ଦୂରଦୂରାନ୍ତରେ ରହୁଥିବା ପରିବାର ଓ ଆତ୍ମୀୟ ଘରକୁ ଫେରିଛନ୍ତି ।ଆଜି ସକାଳ ୧୦ଟା ୨୭ରୁ ୧୦ଟା ୪୨ ଭିତରେ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀଙ୍କ ପାଖରେ ନବାନ୍ନ ଲାଗି ହେବ । ମାଆଙ୍କ ନବାର୍ଣ୍ଣ ମୁଖ୍ୟ ପୂଜକଙ୍କ ସମେତ ଆଉ ଦୁଇ ପୂଜକଙ୍କ ଘରେ ପ୍ରସ୍ତୁତ ହେଉଛି। ଏହାପରେ ସମସ୍ତ ଏକାଠି ନୂଆ ଖାଇବେ । ନୂଆ ଖାଇବା ପରେ ଗୁରୁଜନଙ୍କୁ ଜୁହାର କରି ଘରର ଛୋଟମାନେ ଆଶୀର୍ବାଦ ନେଇ ଥାଆନ୍ତି । ଅନ୍ୟପଟେ ନୂଆଖାଇ ପାଇଁ ଚାଲିଛି ନାଚଗୀତର ପ୍ରସ୍ତୁତି । ପଶ୍ଚିମ ଓଡିଶାର ଡାଲଖାଇ, ରସରକେଳି, ମାଇଲାଜଡ଼, ଚୁଟୁକୁଚୁଟାରେ ଦୁଲୁକୁଛି ଗାଁ ଦାଣ୍ଡ ।
Trending
- ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୩ ମହିଳାଙ୍କ ସମେତ ୪ ମାଓବାଦୀ ମୃତ
- ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶୁଭେଚ୍ଛା
- ଆଜି ଚାଷୀଙ୍କ ଖାତାକୁ ଯାଇଛି ସିଏମ୍ କିଷାନର ୩ୟ କିସ୍ତି ଟଙ୍କା
- ମନାଲି ରେ ପ୍ରବଳ ବର୍ଷା , ନଦୀରେ ବୁଡ଼ିଲା ପକଅପ ଭ୍ୟାନ
- ଗଣେଶ ଉତ୍ସବ
- ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପୁନର୍ଗଠିତ
- ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ନିଜର ନୂଆ ଯୁବ ବାହିନୀ, ଇପ୍ସିତା ଓ ଚିନ୍ମୟଙ୍କୁ ମିଳିଲା ଗୁରୁଦାୟିତ୍ବ
- ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା ,ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
- ଧର୍ମଶାଳା ପରେ ବଡ଼ଚଣାରେ ବିଜେଡିକୁ ଝଟ୍କା
- ଆମେ ଆମର ନୈତିକ ମୂଲ୍ୟବୋଧର ସ୍ତରକୁ ତଳକୁ ଖସିଯିବାକୁ ଦେବା ଉଚିତ ନୁହେଁ
Prev Post
Next Post