ଧରାକୁ ଓହ୍ଲାଇବେ ମା’ ଗଜଲକ୍ଷ୍ମୀ। ସ୍ବତନ୍ତ୍ର ପୂଜା ମଣ୍ଡପରେ ମା’ ବିରାଜମାନ କରିବେ। ପୂଜା ମଣ୍ଡପରେ ମା’ ଗଜଲକ୍ଷ୍ମୀଙ୍କୁ ଆବାହନ କରାଯିବ। ସନ୍ଧ୍ୟାରେ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହେବ। କିଛି ପୂଜା ମଣ୍ଡପରେ ପାଞ୍ଜି ମୁତାବକ ବିଳମ୍ବିତ ରାତିରେ ପୂଜା କରାଯିବା ନେଇ ସୂଚନା ମିଳିଛି। ପ୍ରାଣ ପ୍ରତିଷ୍ଠା, ଷୋଡ଼ଶ ଉପଚାର ପୂଜା, ମଣ୍ଡଳ ଦେବତା ପୂଜନ, ହବନ ଆରତି ଆଦି ଅନୁଷ୍ଠିତ ହେବ। ଗଜଲକ୍ଷ୍ମୀ ପୂଜା ଅବସରରେ ମଧ୍ୟ ରାଜ୍ୟ ସରକାର ସମାନ ମାର୍ଗଦର୍ଶିକା ଅନୁକରଣ କରିବାକୁ ନିର୍ଦେଶ ଦେଇଛନ୍ତି। ତେଣୁ କେବଳ ବିଧି ରକ୍ଷା ପାଇଁ ପୂଜା କରାଯିବ। କିଛି ପୂଜା ମଣ୍ଡପରେ ମା’ ତାରକସୀ ଅଳଙ୍କାରେ ଆଚ୍ଛାଦିତ ହେବେ।
କୁମାର ପୂର୍ଣ୍ଣିମା ସଂକ୍ରାନ୍ତରେ ପଞ୍ଜିକାରେ କୌଣସି ତ୍ରୁଟି ନାହିଁ। ପଞ୍ଜିକା ମୁତାବକ, ୬ ତାରିଖରେ କୁମାର ପୂର୍ଣ୍ଣିମା ଏବଂ ଗଜଲକ୍ଷ୍ମୀ ପୂଜା ପାଳନ ହେବ। ମାତ୍ର ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ରହିଥିବା ଯୋଗୁଁ ୭ ତାରିଖରେ ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣିମା ନୀତିକାନ୍ତି ପାଳନ ହେବ। ୬ ତାରିଖ ଦିନ ଘରମାନଙ୍କରେ କୁମାରପୂର୍ଣ୍ଣମୀ ବ୍ରତ, ପୂଜା, ଆଞ୍ଜଳି ଟେକା, ଗଜଲକ୍ଷ୍ମୀ ପୂଜା ପାଳନ କରାଯିବ।