ପରମ୍ପରା ଅନୁସାରେ ଶ୍ରୀମନ୍ଦିର ଆଜି ହେରା ପଞ୍ଚମୀ ଅନୁଷ୍ଠିତ ହେବ । ଅନେକ ଦିନ ଧରି ମହାପ୍ରଭୁଙ୍କ ସହ ମାତା ଲକ୍ଷ୍ମୀ ଭେଟ ନ ହେଇଥିବାରୁ ମାତା ଲକ୍ଷ୍ମୀ ବ୍ୟସ୍ତ ବିବ୍ରତ ହୋଇ ରୁଷିଛନ୍ତି । ମହାପ୍ରଭୁ ବଡଭାଇ ଏବଂ ଭଉଣୀଙ୍କୁ ସାଙ୍ଗରେ ନେଇ ଜନ୍ମ ବେଦିକୁ ଆସିଥିବା ବେଳେ ମାତା ଲକ୍ଷ୍ମୀଙ୍କୁ ସାଙ୍ଗରେ ଆଣି ନଥିବାରୁ ମା’ ଲକ୍ଷ୍ମୀ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଅଭିମାନ କରିଛନ୍ତି ।ସେଥିଲାଗି ବିଧି ଅନୁସାରେ ମା ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କ ଦର୍ଶନ ଲାଗି ଜନ୍ମ ବେଦି ଶ୍ରୀଗୁଣ୍ଡିଚା ମନ୍ଦିର ଯିବେ । ମା ଠାକୁରାଣୀ ସେଠାରେ ମହାପ୍ରଭୁଙ୍କ ଦର୍ଶନ କରିବେ । ମାଆ ଲକ୍ଷ୍ମୀ ସାଆନ୍ତାଣି ପ୍ରଭୁଙ୍କୁ ଦର୍ଶନ କରିବା ପରେ ଅଭିମାନ କରିଥିବା ହେତୁ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ମା ଲକ୍ଷ୍ମୀ ସାଆନ୍ତାଣି ଭାଙ୍ଗିଥାନ୍ତି । ଏହି ହେରା ପଞ୍ଚମୀ ନୀତିକାନ୍ତି ଦୃଶ୍ୟକୁ ଦେଖିବା ଲାଗି ଓଡିଶା ତଥା ବାହାରର କୋଣନୁକୋଣରୁ ବହୁତ ଭକ୍ତ ସମାଗମ ହୋଇଥାନ୍ତି ।ସେହିପରି ହେରା ପଞ୍ଚମୀ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତ ଆରମ୍ଭ ହୋଇଯାଇଛି । ମା ଲକ୍ଷ୍ମୀଙ୍କୁ ସୃଙ୍ଗାର ବେଶ କରିବା ପାଇଁ ଅଳଙ୍କାର, ପାଟଶାଢୀରେ ପାଳିଆ ମହାଜନ କରିଥାଏ । ପରେ ପୂଜା ପଣ୍ଡାମାନେ ଭୋଗଲାଗି ନୀତି କରିଥାନ୍ତି । ଏହାର ସମାପ୍ତ ପରେ ଶ୍ରୀମନ୍ଦିରରୁ ଘଣ୍ଟା, ବାଦ୍ୟ ରୋଶଣୀ ସହ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥାନ୍ତି । ବିଧି ଅନୁସାରେ ମା ଠାକୁରାଣୀ ମହାପ୍ରଭୁପଙ୍କ ଦର୍ଶନ କରି ଫେରିବା ବେଳେ ଅଭିମାନରେ ନନ୍ଦିଘୋଷ ରଥକୁ ସାମାନ୍ୟ ଭାଙ୍ଗିଦେଇ ଶ୍ରୀମନ୍ଦିର ଫେରିବେ ।
Trending
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
- ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କଲେ ଭାଜପା ମୁଖପାତ୍ର ଅନିଲ ବିଶ୍ବାଳ
- ଆଜିଠାରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ
- ଇଣ୍ଡିଆ ମେଣ୍ଟର ତିନି ମାଙ୍କଡ – ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
- ବିଜେପି ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
- ବିଜେଡିକୁ ଜୋରଦାର୍ ଝଟକା। ପଦ୍ମ ଧରିଲେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ
Prev Post
Next Post