ଅଯୋଧ୍ୟା ରାମମନ୍ଦିରରେ ଭଗବାନ ରାମଙ୍କ ପ୍ରାଣପ୍ରତିଷ୍ଠା

ଅଯୋଧ୍ୟା: ଅଯୋଧ୍ୟା ରାମମନ୍ଦିରରେ ଭଗବାନ ରାମଙ୍କ ପ୍ରାଣପ୍ରତିଷ୍ଠା  । ସାରା ବିଶ୍ୱ ଉତ୍ସାହର ସହ ଅପେକ୍ଷା କରିଛି। ସାରା ବିଶ୍ୱର ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ଉତ୍ସାହ ଓ ଭକ୍ତିର ଲହରି ଖେଳିଯାଇଛି।

ଆଜି  ଅଯୋଧ୍ୟାରେ ନୂଆ ରାମମନ୍ଦିରର ପ୍ରତିଷ୍ଠା କରାଯିବ। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦେଶ ତଥା ବିଶ୍ୱର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ। ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ଟ୍ରଷ୍ଟ ଅନୁଯାୟୀ, ପ୍ରାଣପ୍ରତିଷ୍ଠା ପରେ ସାଧାରଣ ଭକ୍ତଙ୍କ ପାଇଁ ରାମମନ୍ଦିର ଖୋଲାଯିବ। ସାଧାରଣ ଲୋକ କେବେ ରାମମନ୍ଦିର ପରିଦର୍ଶନ କରିପାରିବେ? କୌଣସି ଦେୟ ଦେବାକୁ ପଡ଼ିବ କି ନାହିଁ?ଜାନୁୟାରୀ ୨୨ ପରେ ଅର୍ଥାତ୍‌ ମଙ୍ଗଳବାର ସାଧାରଣ ଭକ୍ତମାନେ ରାମଲାଲାଙ୍କ ଦର୍ଶନ ପାଇପାରିବେ। ଟ୍ରଷ୍ଟ ଅନୁଯାୟୀ, ଜାନୁଆରୀ ୨୨ରେ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ କୌଣସି ବ୍ୟବସ୍ଥା ନାହିଁ। ପରଦିନ ସେମାନଙ୍କ ପାଇଁ ଦ୍ୱାର ଖୋଲା ରହିବ।ଅଯୋଧ୍ୟାରେ ରାମମନ୍ଦିର ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ସକାଳ ୭ଟାରୁ ୧୧.୩୦ ପର୍ଯ୍ୟନ୍ତ ଏବଂ ତା’ପରେ ଅପରାହ୍ନ ୨ଟାରୁ ସନ୍ଧ୍ୟା ୭ଟା ର୍ଯ୍ୟନ୍ତ ଖୋଲା ରହିବ। ଉପଭୋଗ ଏବଂ ବିଶ୍ରାମ ପାଇଁ ମନ୍ଦିର ଅପରାହ୍ନରେ ପ୍ରାୟ ଅଢ଼େଇ ଘଣ୍ଟା ଦର୍ଶନ ବନ୍ଦ ରହିବ।ଅଯୋଧ୍ୟା ରାମମନ୍ଦିରରେ ଦର୍ଶନ ମାଗଣା। ରାମଲାଲାଙ୍କ ଦର୍ଶନ ପାଇଁ କୌଣସି ପ୍ରକାରର ଦେୟ ଦେବାକୁ ପଡ଼ିବ ନାହିଁ। ଆରତି ଦିନକୁ ୩ ଥର ହେବ। ଏଥିପାଇଁ ଏକ ପାସ୍‌ ନିଆଯିବ। କେବଳ ଯେଉଁମାନଙ୍କର ପାସ୍‌ ଅଛି, ସେମାନଙ୍କୁ ଆରତିରେ ଭାଗ ନେବାକୁ ଅନୁମତି ଦିଆଯିବ।

ଏହି ଅବସରରେ ନ୍ୟୁୟର୍କର ପ୍ରସିଦ୍ଧ ଟାଇମ୍ସ ସ୍କୋୟାର ସମେତ ପ୍ରାୟ ୩୦୦ ସ୍ଥାନରେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ପ୍ୟାରିସର ଆଇଫିଲ ଟାୱାର ମଧ୍ୟ ‘ପ୍ରାଣପ୍ରତିଷ୍ଠା’ ଦିବସ ପାଳନ ପାଇଁ ପ୍ରସ୍ତୁତ ହେଉଛି। ଆମେରିକାର ସହରଗୁଡ଼ିକରେ ବଡ଼ଧରଣର ଅଟୋ ରାଲି ଆୟୋଜନ କରାଯିବାର ଯୋଜନା ରହିଛି ଏବଂ ମନ୍ଦିରଗୁଡ଼ିକରେ ସପ୍ତାହବ୍ୟାପୀ ଉତ୍ସବ ଆୟୋଜନ କରାଯାଉଛି। ଫ୍ରାନ୍ସରେ ରଥଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି। ଏହାବ୍ୟତୀତ ବ୍ରିଟେନ, ଅଷ୍ଟ୍ରେଲିଆ, କାନାଡା ଓ ମରିସସରେ ଏହି କାର୍ଯ୍ୟକ୍ରମକୁ ବ୍ୟାପକ ଭାବେ ପ୍ରସାରଣ କରାଯିବ।