ଅଷ୍ଟାଦଶ ପ୍ରବାସୀ ଭାରତୀୟ ସମ୍ମେଳନ ସରିବା ପରେ ସାଧାରଣ ଲୋକଙ୍କ ପାଇଁ ପ୍ରଦର୍ଶନ ଆଗାମୀ ୧୨ ତାରିଖ ପର୍ଯ୍ୟନ୍ତ ଖୋଲା ରଖାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍ୟମକୁ ଏହି ସୂଚନା ପ୍ରଦାନ କରିଛନ୍ତି। ପ୍ରଦର୍ଶନୀ ବୁଲିବା ପାଇଁ କୌଣସି ଅର୍ଥ ଦେବାକୁ ପଡ଼ିବ ନାହିଁ। ଦର୍ଶକମାନଙ୍କ ପାଇଁ ଏହା ଜାନୁଆରି ୧୧ ତାରିଖ ପୂର୍ବାହ୍ଣ ୧୦ଟାରୁ ଖୋଲାଯିବ।
ଗତ ୮ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଭବ୍ୟ ସମାରୋହରେ ଦେଢ଼ଶହରୁ ଊର୍ଦ୍ଧ୍ବ ରାଷ୍ଟ୍ରରୁ ପ୍ରାୟ ୭୦୦୦ ପ୍ରବାସୀ ଭାରତୀୟମାନେ ଯୋଗ ଦେଇଥିଲେ। ସେହିପରି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଅଶ୍ବିନୀ ବୈଷ୍ଣବ, ଓଡ଼ିଶାର ସାଂସଦ, ବିଧାୟକ ପ୍ରମୁଖ ଯୋଗଦେଇଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମାରୋହକୁ ଗତକାଲି ଉଦ୍ଘାଟନ କରିଥିବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଯୋଗ ଦେଇ ୨୪ଟି ଦେଶର ୨୭ ଜଣଙ୍କୁ ପ୍ରବାସୀ ଭାରତୀୟ ସମ୍ମାନିତ କରିଛନ୍ତି।