ଡ୍ୟାନସ ବାରରେ ମହିଳା ଆଉ ନାଚିପାରିବେନି

 

ଡ୍ୟାନସ ବାରରେ ମହିଳା ଆଉ ନାଚିପାରିବେନି ବୋଲି ଅବକାରୀ ମନ୍ତ୍ରୀ କହିଛନ୍ତି ।  ଅବକାରୀ ନୀତିରେ ବଡ ପରିବର୍ତ୍ତନ କରାଯାଇଛି । ଏଣିକି ଡାନ୍ସ ବାରରେ ନୃତ୍ୟ କରିପାରିବେନି ବାରଗାର୍ଲ୍ । ଅର୍କେଷ୍ଟ୍ରା ପରିବେଷଣ କରାଯାଇପାରିବ । ବାରରେ କୌଣସି ବାର ଗାର୍ଲ୍ସ ନୃତ୍ୟ ପରିବେଷଣ କରିବେ ନାହିଁ । ବାରଗାର୍ଲ୍ସଙ୍କ ସଙ୍ଗୀତ ପରିବେଷଣକୁ ଅନୁମତି ଥିବା ବେଳେ ନୃତ୍ୟ ଓ ଉତ୍ତେଜକ ଅଙ୍ଗଭଙ୍ଗୀ ପ୍ରଦର୍ଶନକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ମନ୍ତ୍ରୀ କହିଛନ୍ତି। ମହିଳା ନାଚିବା ଓଡିଆ ଅସ୍ମିତା କ୍ଷୁର୍ଣ୍ଣ ହେଉଥିବା କହିଛନ୍ତି ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ।ଏହା ସହ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ରୋକିବା ପାଇଁ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯାତ୍ରାରେ ଏଭଳି ଅଶ୍ଲିଳ ନାଚକୁ ନେଇ ଚର୍ଚ୍ଚା ହେଉଛି। ଯାତ୍ରାରେ ଏଭଳି ନୃତ୍ୟ ଓଡ଼ିଆ ସଂସ୍କୃତି ବିରୋଧୀ। ଯାତ୍ରା ମାଲିକମାନେ ଏ ବାବଦରେ ନିଷ୍ପତ୍ତି ନିଅନ୍ତୁ କି ଯାତ୍ରାରେ ଅଶ୍ଳୀଳତା ଯେମିତି ରହିବ ନାହିଁ। ରାଜ୍ୟ ସରକାର ଏହାକୁ ଗୁରୁତ୍ବର ସହ ନେଇଛନ୍ତି। ସରକାର ବି ଏ ଦିଗରେ ତର୍ଜମା କରୁଛନ୍ତି। ଏନେଇ ଯାତ୍ରା ମାଲିକଙ୍କ ସହ ଆଲୋଚନା କରାଯିବ। ଏହି ପ୍ରସଙ୍ଗରେ ଚିନ୍ତା କରି ଖୁବଶୀଘ୍ର ନିଷ୍ପତ୍ତି ନେବାକୁ ଯାତ୍ରା ମାଲିକମାନଙ୍କୁ ଅନୁରୋଧ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

ନୁଆ ଅବକାରୀ ନୀତିରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଅବକାରୀ ନୀତିରେ ସଂଶୋଧନ ଆଣି ଡ୍ୟାନ୍ସ ବାରରେ ନାଚ ବନ୍ଦ ସହ କେବଳ ନୃତ୍ୟ ପରିବେଷଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି 21 ବର୍ଷରୁ କମ ବୟସ୍କ ଯୁବତୀ ଓ ମହିଳାଙ୍କ ପାଇଁ ବାରରେ ଅଂଶଗ୍ରହଣକୁ ନିଷେଧ କରାଯାଇଛି ।