ମହାପ୍ରଭୁଙ୍କ ରତ୍ନଭଣ୍ଡାରର ହେବ ଲେଜର ସ୍କାନିଂ
ପୁରୀ: ବିଶ୍ବ ପ୍ରସିଦ୍ଧ ଶ୍ରୀମନ୍ଦିରର ରତ୍ନଭଣ୍ଡାରର ଲେଜର ସ୍କାନିଂ ହେବା ନେଇ ଏଏସଆଇକୁ ଅନୁମତି ଦିଆଯାଇଛି। ଆସନ୍ତା ୨୮ ତାରିଖ ଅର୍ଥାତ୍ କାର୍ତ୍ତିକ ପୂର୍ଣ୍ଣମୀ ପରଦିନ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ। ରତ୍ନଭଣ୍ଡାର ବାହାର ପଟ କାନ୍ଥର ପ୍ରଥମେ ଲେଜର ସ୍କାନିଂ କରାଯିବା ପରେ କେଉଁ ସ୍ଥାନରେ ଫାଟ ରହିଛି ଏବଂ କ’ଣ ସମସ୍ୟା ରହିଛି ତାହା ଜଣାପଡ଼ିବ। ଆବଶ୍ୟକ ପଡ଼ିଲେ ଭିତର ରତ୍ନଭଣ୍ଡାର ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ମନ୍ଦିରର ମଧ୍ୟ ଲେଜର ସ୍କାନିଂ କରାଯିବ। ସେହିଭଳି ନିର୍ଦ୍ଧାରିତ ସମୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ସରିବ ବୋଲି ସେ କହିଛନ୍ତି। ପରିଚାଳନା ବୈଠକ ଶେଷ ହେବା ପରେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏନେଇ ସୂଚନା ଦେଇଛନ୍ତି। ପରିଚାଳନା ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଲେଜର ସ୍କାନିଂ ପାଇଁ ଏଏସଆଇ ଅନୁମତି ମାଗିଥିଲା। ଏଏସ୍ଆଇର ପ୍ରସ୍ତାବକୁ ବିଭିନ୍ନ ଦିଗରୁ ତର୍ଜମା କରାଗଲା ପରେ ଶ୍ରୀମନ୍ଦିରର ଲେଜର ସ୍କାନିଂ ପାଇଁ ଅନୁମତି ଦିଆଯାଇଛି।