ଶ୍ରୀଅଲାରନାଥଙ୍କ ଚନ୍ଦନବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ ଜିଲ୍ଲା ବ୍ରହ୍ମଗିରିରେ ପ୍ରଭୁ ଅଲାରନାଥଙ୍କ ପୀଠରେ ଅନବସରର ପଞ୍ଚମ ଦିନରେ ମହାପ୍ରଭୁ ଶ୍ରୀଅଲାରନାଥଙ୍କୁ ଚନ୍ଦନବେଶ କରାଯାଇଛି। ଗୁରୁବାର ଭୋର ୪ଟାରେ ମହାପ୍ରଭୁଙ୍କ ଦ୍ୱାର ଫିଟା ଯାଇ ୪ଟା ୧୫ମିନିଟ୍‌ରେ ମଙ୍ଗଳ ଆଳତୀ ହୋଇଥିଲା । ଏହା ପରେ ତଡପ ଲାଗି, ଅବକାଶ ବେଶ ଏବଂ ଗୋପାଳବଲ୍ଲଭ ଶେଷ ହୋଇଥିଲା। ପରେ ସକାଳ ୭ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ମହାପ୍ରଭୁଙ୍କୁ ଚନ୍ଦନ ବେଶ କରାଯାଇଥିବାରୁ ଏକ ଘଣ୍ଟା ବିଳମ୍ବରେ ସର୍ବସାଧାରଣ ଦର୍ଶନ ହୋଇଥିଲା । ଅନବସର ଦର୍ଶନର ପଞ୍ଚମ ଦିନରେ ଶ୍ରୀଅଲାରନାଥଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କୁ ସୁସ୍ଥ କରିବା ପାଇଁ ଦଇତା ସେବାୟତଙ୍କ ଦ୍ୱାରା ଅଣସର ପିଣ୍ଡିରେ ଉପଚାର ସେବା ଜାରି ରହିଛି । ଶୀଘ୍ର ସୁସ୍ଥ ହେବା ପାଇଁ ଗୁରୁବାର ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲାଗି ହେବ ।
ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନ ପାଇ ଭକ୍ତ ବ୍ରହ୍ମଗିରିର ଅଲାରନାଥ ପୀଠରେ ଶଙ୍ଖ, ଚକ୍ର, ଗଦା, ପଦ୍ମ, ଧାରୀ ଚତୁର୍ଭୁଜ ନାରାୟଣଙ୍କୁ ଦର୍ଶନ କରୁଛନ୍ତି। ଏବେ ଦ୍ଵିତୀୟ ଶ୍ରୀକ୍ଷେତ୍ର ପାଲଟିଥିବା ବ୍ରହ୍ମଗିରିର ଅଲାରନାଥଙ୍କ ପୀଠକୁ ଶଦ୍ଧାଳୁମାନଙ୍କ ସୁଅ ଛୁଟିବାରେ ଲାଗିଛି।