ଆଦି କର୍ମଯୋଗୀ ଅଭିଯାନ : ଉତ୍ତରଦାୟୀ ଶାସନ ବ୍ୟବସ୍ଥା

Adi Karmayogi Abhiyan: Responsive Governance Programme

ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଆଦି କର୍ମଯୋଗୀ ଅଭିଯାନ ଆରମ୍ଭ କରିଛି, ଯାହାକୁ ବିଶ୍ୱର ସବୁଠାରୁ ବଡ଼ ତୃଣମୂଳ ସ୍ତରୀୟ ଜନଜାତି ନେତୃତ୍ୱ କାର୍ଯ୍ୟକ୍ରମ ଭାବେ ଗଢ଼ାଯାଇଛି। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ଜନଜାତି ସମ୍ପ୍ରଦାୟକୁ ସଶକ୍ତ କରିବା, ଦାୟିତ୍ୱଶୀଳ ଶାସନକୁ ମଜବୁତ କରିବା ଓ ଦେଶରେ ସ୍ଥାନୀୟ ନେତୃତ୍ୱର ସୁଯୋଗ ସୃଷ୍ଟି କରିବା।

ଗ୍ରାମ ଓ ସମ୍ପ୍ରଦାୟ ସ୍ତରରେ ଜନକେନ୍ଦ୍ରିକ ଶାସନକୁ ପ୍ରୋତ୍ସାହନ ଦେବା। – ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରରେ ପ୍ରଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ପାଇଁ ୧୦ ଜୁଲାଇ ୨୦୨୫ ଠାରୁ ଗଭର୍ଣ୍ଣାନ୍ସ ଲ୍ୟାବ କର୍ମଶାଳା ଆୟୋଜନ। – ଜନଜାତି ସମ୍ପ୍ରଦାୟ ଓ ସରକାରୀ ଅଧିକାରୀଙ୍କ ସହଯୋଗରେ “୧ ଲକ୍ଷ ଜନଜାତି ଗ୍ରାମ-ଭିଜନ ୨୦୩୦” ପ୍ରସ୍ତୁତ କରିବା। – ୫୫୦ ଜିଲ୍ଲା ଓ ୩୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ୨୦ ଲକ୍ଷ ନେତାଙ୍କୁ ନେଇ ଏକ ନେଟୱାର୍କ ତିଆରି କରିବା।

ଜନଜାତି ଗ୍ରାମଗୁଡ଼ିକରେ ସେବା କେନ୍ଦ୍ର ଖୋଲାଯିବ, ଯେଉଁଠି ସରକାରୀ ଅଧିକାରୀ ଓ ସମ୍ପ୍ରଦାୟ ସଦସ୍ୟମାନେ ମିଳିତ ଭାବେ ସମସ୍ୟା ସମାଧାନ, ଯୁବକଙ୍କୁ ପରାମର୍ଶ ଓ ପ୍ରଶାସନିକ ସହାୟତା ପାଇଁ ୧-୨ ଘଣ୍ଟାର ‘ଆଦି ସେବା ସମୟ’ ବ୍ୟୟ କରିବେ।  ରାଜ୍ୟ ଠାରୁ ଗ୍ରାମ ସ୍ତର ପର୍ଯ୍ୟନ୍ତ କର୍ମଶାଳା ଆୟୋଜନ କରି ଜନଜାତି ବିକାଶ ପାଇଁ ସମାଧାନ ଖୋଜାଯିବ।

ଆଦି ସହଯୋଗୀ : ଶିକ୍ଷକ, ଡାକ୍ତର ଏବଂ ପେସାଦାର ଯେଉଁମାନେ ସମ୍ପ୍ରଦାୟକୁ ପରାମର୍ଶ ଦିଅନ୍ତି ଏବଂ ସଂଗଠିତ କରନ୍ତି। ଆଦି ସାଥୀ : ସ୍ୱୟଂ ସହାୟକ ଗୋଷ୍ଠୀ, ଏନଆରଏଲଏମ ସଦସ୍ୟ, ଆଦିବାସୀ ବୟସ୍କ, ଯୁବକ ଏବଂ ସ୍ଥାନୀୟ ମୁଖିଆ କାର୍ଯ୍ୟକାରିତା ଏବଂ ପ୍ରସାରକୁ ସମର୍ଥନ କରନ୍ତି । ଗୋଷ୍ଠୀ ନେତୃତ୍ୱ ପ୍ରଶିକ୍ଷଣ : ଜନଜାତି ଯୁବକ, ମହିଳା ଏବଂ ଗୋଷ୍ଠୀ ନେତୃମାନଙ୍କ ପାଇଁ ଶାସନ, ସମସ୍ୟାର ସମାଧାନ ଏବଂ ସାମାଜିକ ଗତିଶୀଳତା ଉପରେ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ।

ଏହି ଅଭିଯାନ ୧ ଲକ୍ଷରୁ ଅଧିକ ଜନଜାତି ବହୁଳ ଗ୍ରାମରେ ପହଞ୍ଚିବ ଏବଂ ୫୫୦ ଟି ଜିଲ୍ଲା ଏବଂ ୩୦ ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ୨୦ ଲକ୍ଷ ପରିବର୍ତ୍ତନ ନେତାଙ୍କୁ ଏକତ୍ରିତ କରିବ। ଏହା ଫ୍ଲାଗସିପ୍ ସରକାରୀ ଯୋଜନାଗୁଡିକର ସଫଳ ରୂପାୟନ ଉପରେ ଆଧାରିତ, ଯେଉଁଥିରେ ଅନ୍ତର୍ଭୁକ୍ତ ରହିଛି :

 

ମାନ୍ୟବର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ କହିଛନ୍ତି : “ଆଦି କର୍ମଯୋଗୀ ଅଭିଯାନ ସମାବେଶୀ ଶାସନ ଏବଂ ଲୋକଙ୍କ ଅଂଶଗ୍ରହଣକୁ ସାକାର କରିବାରେ ଏକ ଐତିହାସିକ ପଦକ୍ଷେପ। ସେବା, ସଂକଳ୍ପ ଏବଂ ସମର୍ପଣକୁ ପ୍ରୋତ୍ସାହିତ କରି ଏବଂ ଜନଜାତି ସମ୍ପ୍ରଦାୟ ଏବଂ ସରକାରୀ ଅଧିକାରୀଙ୍କ ସହଯୋଗାତ୍ମକ ଯୋଗଦାନ ମାଧ୍ୟମରେ ଆମେ ୧ ଲକ୍ଷ ଜନଜାତି ଗ୍ରାମ ଭିଜନ ୨୦୩୦ ସହ-ସୃଷ୍ଟି କରିବା।

 

ମାନ୍ୟବର ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦୁର୍ଗା ଦାସ ଉଇକେ କହିଛନ୍ତି : “ଏହି ପଦକ୍ଷେପରେ ତୃଣମୂଳ ସ୍ତରରେ ଜନଜାତି ବିକାଶ ପାଇଁ ପରିବର୍ତ୍ତନଶୀଳ ସମ୍ଭାବନା ରହିଛି ଏବଂ ମିଶନ ମୋଡରେ ଜନଜାତି ଗ୍ରାମଗୁଡ଼ିକର ସାମଗ୍ରିକ ବିକାଶ ହାସଲ କରିବାରେ ସାହାଯ୍ୟ କରିବ”।

 

ଜନଜାତି ବ୍ୟାପାର ମନ୍ତ୍ରଣାଳୟର ସଚିବ ଶ୍ରୀ ବିଭୁ ନାୟାର ଗୁରୁତ୍ୱାରୋପ କରି କହିଛନ୍ତି : “ଆଦି କର୍ମଯୋଗୀ ଅଭିଯାନ ତୃଣମୂଳ ସ୍ତରରେ ଉତ୍ତରଦାୟୀ ଶାସନକୁ କାର୍ଯ୍ୟକାରୀ କରିବା ପାଇଁ ପରିକଳ୍ପନା କରାଯାଇଛି। ଗଭର୍ଣ୍ଣାନ୍ସ ପ୍ରୋସେସ ଲ୍ୟାବ ମାଧ୍ୟମରେ ସମସ୍ତ ସ୍ତରରେ ସରକାରୀ ଅଧିକାରୀମାନେ ପ୍ରଭାବଶାଳୀ ପରିବର୍ତ୍ତନର ନେତୃତ୍ୱ ନେବା ପାଇଁ ଗଠନମୂଳକ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି।

 

ଜନଜାତି ବ୍ୟାପାର ମନ୍ତ୍ରଣାଳୟ ସମସ୍ତ ହିତାଧିକାରୀ-ଜନଜାତି ସମ୍ପ୍ରଦାୟ, ଯୁବକ, ସ୍ୱୟଂ ସହାୟକ ଗୋଷ୍ଠୀ, ନାଗରିକ ସମାଜ ଏବଂ ସରକାରୀ ଅଧିକାରୀମାନଙ୍କୁ ଏହି ଐତିହାସିକ ପଦକ୍ଷେପରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ, ସମଗ୍ର ଦେଶରେ ଜନଜାତି ନେତୃତ୍ୱ ଏବଂ ସମାବେଶୀ ବିକାଶକୁ ସୁଦୃଢ଼ କରିବାକୁ ଆହ୍ୱାନ ଦେଇଛି।

Leave a comment