ମାର୍ଗାଶୀର ମାସକୁ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଇଥାଏ । ଭଗବାନ ଶ୍ରୀକୃଷ୍ଣଙ୍କ ଉପାସନା ପାଇଁ ଏହି ପୂରା ମାସକୁ ସ୍ୱତନ୍ତ୍ର ବିବେଚନା କରାଯାଏ । ଏହି ମାସରେ ପୂର୍ଣ୍ଣ ରୀତିନୀତି ଅନୁଯାୟୀ ପୂଜା କରୁଥିବା ବ୍ୟକ୍ତିଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ମିଳିଥାଏ । ତେବେ ଓଡ଼ିଆ ଘରେ ଏହି ମାସରେ ପ୍ରତି ଗୁରୁବାର ମାଣ ବସାଯାଇ ମା’ ଲକ୍ଷ୍ମୀଙ୍କୁ ମଧ୍ୟ ଆରାଧନା କରାଯାଇଥାଏ । ଏହି ମାସକୁ ଭଗବାନ ଶ୍ରୀକୃଷ୍ଣଙ୍କ ରୂପ ବୋଲି ମଧ୍ୟ କୁହାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚଳିତ ବର୍ଷ ମାର୍ଗାଶୀର ମାସ ୨୮ ନଭେମ୍ବର ୨୦୨୩ ରୁ ଆରମ୍ଭ ହୋଇ ୨୬ ଡିସେମ୍ବର ପର୍ୟ୍ୟନ୍ତ ଚାଲିବ। ଭଗବାନ କୃଷ୍ଣଙ୍କୁ ପ୍ରସନ୍ନ କରିବା ପାଇଁ ଏହି ମାସ ସବୁଠାରୁ ଉପଯୁକ୍ତ ଅଟେ । ଏହି ମାସରେ ପ୍ରତିଦିନ ଭଗବାନ ଶ୍ରୀକୃଷ୍ଣଙ୍କୁ ଉପାସନା କରିବା ଉଚିତ । ତେବେ ଏହି ମାସରେ ଯମୁନା ନଦୀ ସ୍ନାନ କରିବା ଦ୍ୱାରା ବେଶ ଲାଭ ମିଳିଥାଏ । ମାର୍ଗାଶୀର ମାସରେ ପ୍ରତିଦିନ ବ୍ରାହ୍ମମୁହୂର୍ତ୍ତରୁ ଉଠି ଗାଧୋଇବା ଉଚିତ କୃଷ୍ଣଙ୍କୁ ପୂଜା କରିବା ଉଚିତ । ଏହି ମାସରେ ଉପବାସ କରି ଭଗବାନ କୃଷ୍ଣଙ୍କୁ ପୂଜାର୍ଚ୍ଚନା କଲେ ଆଶୀର୍ବାଦ ପ୍ରାପ୍ତ ହୁଏ । ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଭୋର ସମୟରେ କୌଣସି ପବିତ୍ର ନଦୀରେ ଗାଧୋଇବା ଦ୍ୱାରା ମନର ସମସ୍ତ ଇଚ୍ଛା ପୂରଣ ହୁଏ। ତେବେ ଏହି ମାସରେ ଯମୁନା ନଦୀରେ ସ୍ନାନ କରିବାର ବିଶେଷ ମହତ୍ତ୍ୱ ବୋଲି ବିବେଚନା କରାଯାଏ । ମାର୍ଗାଶୀର ମାସରେ ପ୍ରତିଦିନ ଫୁଲ, ଫଳ, ନୈବେଦ୍ୟ ଏବଂ ଧୂପ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରିବା ପରେ ଆରତୀ କଲେ ଭଗବାନଙ୍କ ଆଶିର୍ବାଦ ଲାଭ ହୋଇଥାଏ । ଆରତୀ କରିବା ପରେ ଭଗବାନଙ୍କୁ ଲହୁଣୀ ଏବଂ ମିଶ୍ରି ଭୋଗ ଅର୍ପଣ କରନ୍ତୁ । ସେଥିରେ କିଛି ତୁଳସୀପତ୍ର ମିଶାଇ ଏହାକୁ ଅର୍ପଣ କଲେ କୃଷ୍ଣ ଭଗବାନଙ୍କ ଆଶିର୍ବାଦ ମିଳିବା ସହିତ ଆପଣଙ୍କର ସମସ୍ତ ଅସୁବିଧା ଦୂର ହେବ ।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Next Post