ପ୍ରଭୁ ଶିବଶଙ୍କରଙ୍କୁ ବେଲପତ୍ର ଖୁବ ପ୍ରିୟ, ଏହାର ଶିବ ପୁରାଣରେ ମଧ୍ୟ ବର୍ଣ୍ଣନା କରାଯାଇଛି। ତେଣୁ ସମସ୍ତ ଭକ୍ତ ଶ୍ରଦ୍ଧାର ଭାବ ସହ ପ୍ରଭୁଙ୍କୁ ପୂଜାର୍ଚ୍ଚନା କରିବା ସମୟରେ ବେଲ ପତ୍ର ଅର୍ପଣ କରିଥାଆନ୍ତି। ଏହାଦ୍ୱାରା ପ୍ରଭୁ ଖୁବ ପ୍ରସନ୍ନ ହେବା ସହ ଭକ୍ତଙ୍କ ଉପରେ କୃପା ଓ ଆଶୀର୍ବାଦ ଦେଇଥାଆନ୍ତି।
ବେଲ ଗଛକୁ ଶ୍ରୀବୃକ୍ଷ ମଧ୍ୟ କୁହାଯାଏ। ମାନ୍ୟତା ଅନୁଯାୟୀ, ଏଥିରେ ପ୍ରଭୁ ମହାଦେବ ବାସ କରନ୍ତି। ତିନିଟି ପତ୍ର ବିଶିଷ୍ଟ ବେଲପତ୍ରକୁ ତ୍ରିଦେବଙ୍କ ଏକ ରୂପ ବୋଲି ମଧ୍ୟ କୁହାଯାଏ। କିମ୍ବଦନ୍ତୀ ଅନୁଯାୟୀ, ଏକଦା ମାତା ପାର୍ବତୀ ଆଙ୍ଗୁଠିରେ ନିଜ ମଥାରେ ଥିବା ଝାଳକୁ ପୋଛି ପକାଇଦେଇଥିଲେ। ସେହି ଝାଳରୁ କିଛି ବୁନ୍ଦା ମନ୍ଦାର ପର୍ବତରେ ପଡ଼ିଥିଲା। ସେଥିରୁ ହିଁ ବେଲ ଗଛ ଉତ୍ପନ ହୋଇଛି ବୋଲି କୁହାଯାଏ। ଏହି ବେଲ ବୃକ୍ଷ ଅଧିକାଂଶ କେବଳ ମନ୍ଦିର ନିକଟରେ ହିଁ ଥାଏ।
କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ ଭଗବାନ ଶଙ୍କରଙ୍କୁ ବେଲପତ୍ରରେ ଚନ୍ଦନରେ ଓଁ ନମଃ ଶିବାୟ ଲେଖି ଅର୍ପଣ କରନ୍ତୁ। ଏହାଦ୍ୱାରା ଶୁଭଫଳ ମିଳିବା ସହ ସଫଳତା ମିଳିଥାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରଭୁ ଶିବଶଙ୍କର ମନ୍ତ୍ର ଜପ କରିବା ବେଶ ଲାଭଦାୟକ। ନିୟମିତ ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରିବା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ, ମାନସିକ ଶାନ୍ତି ପ୍ରାପ୍ତି ହୋଇଥାଏ। ଯେଉଁମାନଙ୍କୁ ଅଧିକ କ୍ରୋଧ ଆସିଥାଏ, ସେମାନେ ମଧ୍ୟ ଏହି ମନ୍ତ୍ର ଜପ କରିବା ଉଚିତ। ଏହି ମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କୁ ବହୁ ଶୁଭଫଳ ମଧ୍ୟ ପ୍ରାପ୍ତି ହେବା ସହ ଅନେକ ସମସ୍ୟାର ସମାଧାନ ହୋଇଥାଏ।
ଦାମ୍ପତ୍ୟ ଜୀବନରେ ସମସ୍ୟା ଥିଲେ, ପତି-ପତ୍ନୀ ସୋମବାର ଦିନ ଏକାସହ ଭଗବାନ ଭୋଳାଶଙ୍କର ସହ ମା’ଗୌରୀଙ୍କର ପୂଜା କରନ୍ତୁ। ମାତା ପାର୍ବତୀଙ୍କୁ ୧୬ ଶୃଙ୍ଗାର ଅର୍ପଣ କରନ୍ତୁ। ଏହାଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।
Trending
- ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ
- ନବୀନ କାହାକୁ ସମର୍ଥନ କରିବେ ?
- ପିତୃପକ୍ଷ ଆରମ୍ଭ
- ନିର୍ମିତ ରୋପୱେ ଭାଙ୍ଗି 6 ମୃତ
- ଆପଣଙ୍କର ଚାରି ଚକିଆ ଯାନ ଅଛି କି? ଆଉ ସୁଭଦ୍ରା ଟଙ୍କା ମିଳିବନି
- ସରକାରୀ ଅଫିସରେ BSNL ନେଟ୍ଓ୍ବର୍କ ବାଧ୍ୟତାମୂଳକ
- ପ୍ରଧାନମନ୍ତ୍ରୀ ଗୁରୁ ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି
- ଜିଏସଟି ସଂସ୍କାର ଦୁଗ୍ଧ ଚାଷୀମାନଙ୍କୁ ସଶକ୍ତ କରିବା ସହ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବ: ପ୍ରଧାନମନ୍ତ୍ରୀ
- ଗୁରୁ ହିଁ ସାକ୍ଷାତ ଈଶ୍ବର
- ଭାରତ ବନ୍ଦ କରିବ କି ୟୁକ୍ରେନ ଯୁଦ୍ଧ
Prev Post