ଦୁର୍ଗାପୂଗା ଅବସରରେ ଡିଜେ ବାଜିବା ପାଇଁ ଗ୍ରୀନ ସିଗନାଲ ଦେଇଛନ୍ତି ଅଦାଲତ । କଟକ ସହର ସମ୍ପର୍କିତ ଜନସ୍ୱାର୍ଥ ମାମଲାରେ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ଉଚ୍ଚ ନ୍ୟାୟାଳୟ । ପାର୍ବଣରେ ଡିଜେ ବଜାଇବାକୁ ଅନୁମତି ମିଳିବା ପରେ ପାର୍ବଣର ଉତ୍ସାହ ଦ୍ୱିଗୁଣିତ ହୋଇଛି । ଏଣିକି କଟକ ସହରରେ ପୂଜାର ଆସର ଆହୁରି ଜମିବ ବୋଲି କୁହାଯାଉଛି ।କଟକ ସହର ଜନସ୍ୱାର୍ତ ମାମଲାରେ ବଡ଼ ନିର୍ଦ୍ଦେଶ ମିଳିସାରିଛି । ପାର୍ବଣ ଋତୁରେ ଡିଜେ ବଜାଇବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି । ତେବେ ଏଥିପାଇଁ କିଛି ସର୍ତ୍ତ ରକି ଡିଜେ ବଜାଇବାକୁ ନ୍ୟାୟାଳୟ ରାଜି ହୋଇଛନ୍ତି । ପାର୍ବଣ ସମୟରେ ୬୫ ଡେସିବେଲ ମଧ୍ୟରେ ଡିଜେ ବଜାଇ ପାରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୬୫ ଡେସିବେଲ ଉପରେ ଡିଜେ ବଜାଇଲେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ଏହାବ୍ୟତୀତ ରାସ୍ତାଘାଟ ମରାମତି ନେଇ ମଧ୍ୟ ହାଇକୋର୍ଟ ଅସନ୍ତୋଷ ଜାହିର କରିଛନ୍ତି । ପୂଜା ପୂର୍ବରୁ ଆସନ୍ତା ୭ ଦିନ ମଧ୍ୟ ରାସ୍ତାଘାଟଠ ଚକାଚକ କରିବାକୁ କରିବାକୁ କହିଛନ୍ତି ଉଚ୍ଚ ନ୍ୟାୟାଳୟ । ସେହିପରି ରାସ୍ତା ଉପରେ ତୋରଣ ନିର୍ମାଣ କରିବାକୁ ନେଇ ମଧ୍ୟ କୋର୍ଟ ତାଗିଦ କରିଛନ୍ତି । ଏହି ସମୟରେ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖିବା ସହ ଧନଜୀବନ ସୁରକ୍ଷିତ ରହିବା ପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି ମାନ୍ୟବା ଅଦାଲତ ।
Trending
- ବିହାର ରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ , ସନ୍ଧ୍ୟା ୫ ଟା ସୁଦ୍ଧା ରାଜ୍ୟରେ ୬୦.୧୩ ପ୍ରତିଶତ ଭୋଟର ମତଦାନ ରେକର୍ଡ
- ନବୀନଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବିହାର ବିଧାନସଭା ନିର୍ବାଚନ , ଦିନ ୧୦ଟା ସୁଦ୍ଧା ୧୩.୧୩% ମତଦାନ
- ଗ୍ରୀନ୍ ଇଣ୍ଡିଆ ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବ୍ରହ୍ମପୁରରେ ଚଢ଼ାଉ କରିଛି
- ଗୁରୁବାର ପାଇଁ ମାଡ଼ ଖାଇଛି ଛାଡ଼ଖାଇ
- ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ,୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
Prev Post
Next Post