ଓଡ଼ିଶାରେ ବାର ମାସ ତେର ପର୍ବ ଭିତରୁ ଖୁଦୁରୁକୁଣୀ ଓଷା ଏକ ପାରମ୍ପରିକ ପର୍ବ। ଏହାକୁ କେହିକେହି ଭାଲୁକୁଣି ଓଷା ତ ଆଉ କିଏ ଢିଙ୍କି ଓଷା ମଧ୍ୟ କୁହନ୍ତି। କୁଆଁରୀ ଝିଅମାନେ ସାଧବ ପରମ୍ପରାକୁ ନେଇ ଭାଇଙ୍କ ଶୁଭମନାସୀ ଭାଦ୍ରବ ମାସରେ ମା’ ଖୁଦୁରୁକୁଣୀଙ୍କ ପୂଜା କରିଥାନ୍ତି। ଓଡ଼ିଶାର କୋଣ ଅନୁକୋଣରେ ଏହି ପୂଜା କରାଯାଇଥାଏ।ରାଜ୍ୟରେ କୁଆଁରୀ ଝିଅମାନେ ଭାଦ୍ରବମାସର ପ୍ରତି ରବିବାର ଦିନ ଏହି ପୂଜା ମାଆ ମଙ୍ଗଳାଙ୍କୁ ପୂଜା କରିଥାଆନ୍ତି। ଅନେକ ଓଡ଼ିଆ ବୋହୂମାନେ ମଧ୍ୟ ଏହି ପର୍ବ ପାଳନ କରିଥାଆନ୍ତି।ଏହି ଖୁଦୁରୁକୁଣୀ ଓଷା ତଅପୋଇର ହୃଦୟସ୍ପର୍ଶୀ କାହାଣୀ। ଗୋପିନାଥ ଦାସଙ୍କ ରଚିତ ଲୋକକଥା ହେଉଛି ଏହି ଓଷା। ଓଡ଼ିଶାର ସାଧବପୁଅମାନେ ପୂର୍ବରୁ ବିଦେଶ ଯାତ୍ରା କରି ବାଣିଜ୍ୟ କରୁଥିଲେ। ସେଠାରୁ ସେମାନେ ଆମ ପ୍ରଦେଶକୁ ଅମାପ ଧନ ସଂପତ୍ତି ଧରି ଆସୁଥିଲେ। ଏହିପରିଭାବେ ଏକ ସାଧବ ପରିବାରର ସାତ ଭାଇ ଯାଉଥିଲେ ବିଦେଶେ ବଣିଜ କରିବା ପାଇଁ ଏବଂ ଘରେ ରହୁଥିଲା ତଅପୋଇ। ଭାଇମାନେ ବିଦେଶ ଗଲାପରେ ସାନ ଭାଉଜଙ୍କୁ ଛାଡି ସମସ୍ତେ ତଅପୋଇକୁ ବିଧବା ବ୍ରାହ୍ମଣୀ କଥାରେ ପଡି କଷ୍ଟ ଦେଇଥିଲେ। ଏହି ସମୟରେ ତାକୁ ଛେଳି ଜଗିବାକୁ ପଡୁଥିଲା। ଦିନେ ଜଙ୍ଗଲରେ ଛେଳି ଘରମଣିକୁ ସେ ହଜାଇ ଦେଇଥିଲା, ଏଥିପାଇଁ ତାଙ୍କ ବଡ଼ ଭାଉଜ ତାକୁ ଘରୁ ତଡିଦେଇଥିଲେ। ଘରମଣିକୁ ନ ଆଣିବା ପର୍ଯ୍ୟନ୍ତ ଘରକୁ ଫେରିବ ନାହିଁ ବୋଲି ତଅପୋଇକୁ ନିର୍ଦ୍ଦେଶ ଦିଆଯାଇଥିଲା।ଏହି ସମୟରେ ସେ ପାଖ ଗ୍ରାମରେ ହେଉଥିବା ଖୁଦୁରୁକୁଣୀ ଓଷା ହେଉଥିବା ବିଷୟରେ ଜାଣିବାକୁ ପାଇଥିଲା ଏବଂ ସେଠାରେ ସେ ମାନସିକ କରିଥିଲା। ଏହାପରେ ସେ ଘରମଣିକୁ ପାଇଥିଲା ଏବଂ ସେ ଭାଇମାନଙ୍କ ପାଇଁ ଖୁଦୁରୁକୁଣୀ ଓଷା କରିଥିଲା। ଏହି ଦିନଠାରୁ ଖୁଦୁରୁକୁଣୀ ଓଷା ଭାଇମାନଙ୍କୁ ଉତ୍ସର୍ଗ କରାଯାଇ ପାଳନ କରାଯାଇଥାଏ।
Trending
- ‘ୟୁନିଟ୍-୧’ ହାଟ ରେ ଭୟାବହ ଅଗ୍ନିକାଣ୍ଡ
- ପୀତବାସ ପଣ୍ଡା ହତ୍ୟା, ହୋଇଥିଲା ୫୦ ଲକ୍ଷ ଟଙ୍କାର ଡିଲ୍
- ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଜେଡ଼ି ନେତା ବିକ୍ରମ ପଣ୍ଡା ଗିରଫ
- ପୀତବାସ ହତ୍ୟା ମାମଲା,ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଗିରଫ କଲା ପୁଲିସ
- ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ମାଧ୍ୟମରେ ଆର୍ଥିକ ଅନଗ୍ରସର ତଥା ନିମ୍ନ ଆୟବର୍ଗମାନଙ୍କ ପାଇଁ ସୁରକ୍ଷିତ ଓ ସ୍ଥାୟୀ ଆଶ୍ରୟସ୍ଥଳ ସୁନିଶ୍ଚିତ ହେଉଛି
- ଧୂଆଁମୟ ଦିଲ୍ଲୀର ଆକାଶ
- INS ବିକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦି ସୈନିକମାନଙ୍କ ସହ ପାଳିଲେ ଦୀପାବଳି ଉତ୍ସବ
- ନାମାଙ୍କନ ଦାଖଲ କଲେ ସ୍ନେହାଙ୍ଗିନୀ ଛୁରିଆ
- ପୋଲିସ ସ୍ମାରକୀ ଦିବସ’ରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
- ଦୀପାବଳିରେ ଉପହାର ଦିଅନ୍ତୁ ଫାସ୍ଟ୍ୟାଗ ବାର୍ଷିକ ପାସ୍
Prev Post
Next Post