ଆଜି ସାରା ଦେଶ ପାଳନ କରୁଛି ମକର ସଂକ୍ରାନ୍ତି

Today the entire country is celebrating Makar Sankranti

ଆଜି ସାରା ଦେଶ ପାଳନ କରୁଛି ମକର ସଂକ୍ରାନ୍ତି ।  ପୁରୀରୁ କାଶୀ,ବାରାଣାସୀ ଠାରୁ ଗଙ୍ଗା ସାଗର ପର୍ଯ୍ୟନ୍ତ ଭକ୍ତମାନେ ନଦୀରେ ସ୍ନାନ କରୁଛନ୍ତି। ସୂର୍ଯ୍ୟଙ୍କ ଉତ୍ତରାୟଣ ପର୍ବ ଅର୍ଥାତ୍ ମାକର ସଂକ୍ରାନ୍ତି ଦେଶରେ ବହୁ ଆଡମ୍ବର ସହ ପାଳନ କରାଯାଉଛି। ପ୍ରବଳ ଥଣ୍ଡା ସମୟରେ ମଧ୍ୟ ଭକ୍ତମାନେ ଦେଶର ପବିତ୍ର ଗଙ୍ଗା ନଦୀରେ ସ୍ନାନ କରୁଛନ୍ତି। ଏହି ସମୟରେ, ମନ୍ଦିରଗୁଡ଼ିକରେ ଦର୍ଶନ ପାଇଁ ଲମ୍ବା ଧାଡି ମଧ୍ୟ ଲାଗିଛି। ହିନ୍ଦୁ ମାନ୍ୟତା ଅନୁଯାୟୀ ଆଜି ସାରା ଦେଶରେ ପବିତ୍ର ନଦୀରେ ଗାଧୋଇବା ସହିତ ଖିଚିଡି ଖାଇବାର ଏକ ପରମ୍ପରା ରହିଛି। ଏହି ଦିନ ଦାନକୁ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଏ।