ଭୁବନେଶ୍ୱର: ଆସିଗଲା ପବିତ୍ର ବଡ଼ଦିନ। ଶାନ୍ତି, ମୈତ୍ରୀ ଓ କାରୁଣ୍ୟର ଅବତାର ପ୍ରଭୁ ଯୀଶୁଙ୍କ ଧରାବତରଣ ପାଇଁ ସାରା ବିଶ୍ୱ ଉତ୍ସବମୁଖର ହୋଇଉଠିଛି। ଆଜି ମଧ୍ୟରାତ୍ରିରେ ଚର୍ଚ୍ଚଗୁଡ଼ିକରେ ପ୍ରାର୍ଥନା ଓ ସ୍ୱତନ୍ତ୍ର ନୀତିକାନ୍ତି ସହ ପ୍ରଭୁଙ୍କ ଜନ୍ମୋତ୍ସବ ପାଳନ କରାଯିବ। ଓଡ଼ିଶାର କଟକ, ଭୁବନେଶ୍ୱର, ବ୍ରହ୍ମପୁର ଓ କନ୍ଧମାଳ ସମେତ ସବୁ ଅଞ୍ଚଳରେ ଥିବା ଚର୍ଚ୍ଚଗୁଡ଼ିକୁ ରଙ୍ଗବେରଙ୍ଗର ଆଲୋକ ମାଳାରେ ସଜାଯାଇଛି। ଖ୍ରୀଷ୍ଟମାସ ଟ୍ରି ଏବଂ ପ୍ରଭୁଙ୍କ ଜନ୍ମର କାହାଣୀ ବର୍ଣ୍ଣନା କରୁଥିବା ‘ଗୁହାଳ ଘର’ ବା ଗୁମ୍ଫା ଦର୍ଶକଙ୍କ ମନ ମୋହୁଛି। ଆଜି ରାତି ୧୨ଟା ବାଜିବା ମାତ୍ରେ ଘଣ୍ଟା ଶବ୍ଦ ଓ କ୍ୟାରୋଲ୍ ଗାନରେ ଚର୍ଚ୍ଚ ପରିସର କମ୍ପିଉଠିବ। ଶ୍ରଦ୍ଧାଳୁମାନେ ସାମୂହିକ ପ୍ରାର୍ଥନାରେ ଯୋଗଦେଇ ବିଶ୍ୱଶାନ୍ତି ଓ ଭାଇଚାରା ପାଇଁ କାମନା କରିବେ। ପିଲାମାନଙ୍କ ମଧ୍ୟରେ ସାନ୍ତାକ୍ଲଜ୍ଙ୍କୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଘରେ ଘରେ ପିଠା ଓ କେକ୍ ପ୍ରସ୍ତୁତି ସହ ପରସ୍ପରକୁ ବଡ଼ଦିନର ଶୁଭକାମନା ଜଣାଉଛନ୍ତି ଖ୍ରୀଷ୍ଟଧର୍ମାବଲମ୍ବୀ।
Trending
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
- ଆଜି ପବିତ୍ର ଦୋଳପୂର୍ଣ୍ଣିମା,ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକିଲେ ବିଧାୟକ ଦଳ ବୈଠକ
Next Post