ମାର୍ଚ୍ଚ ୨୦ ତାରିଖ ବିଶ୍ୱ ପଖାଳ ଦିବସ। ପଖାଳ ଆମ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ। ଖରା ଦିନ ଆସିଲେ ସଭିଏଁ ଖୋଜିଥାନ୍ତି କଂସାଏ ପଖାଳ। ପଖାଳ ଦିମୁଠା ଓ ତୋରାଣି ଟିକେ ପିଇଦେଇ ଚଷା ପୁଅ ବାହାରିଯାଏ କ୍ଷେତକୁ। ଆମ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରିୟ ହେଉଛି ପଖାଳ। ଶ୍ରୀମନ୍ଦିରରେ ଟଙ୍କ ତୋରାଣୀ ଏହାର ପ୍ରମାଣ। ଖରାଦିନେ ଆମ ଓଡ଼ିଆଙ୍କ ଘରେ ଘରେ ପଖାଳର ଆସର ଜମିଥାଏ। ପଖାଳ ସାଙ୍ଗରେ ଅନେକ ପ୍ରକାର ସ୍ୱଦିଷ୍ଟ ଖାଦ୍ୟ ପ୍ରସ୍ତ୍ୁତ କରାଯାଇ ଏକାଠି ବସି ଖାଇବାର ମଜା ନିଆର। ବିଶେଷ କରି ପଖାଳ ସାଙ୍ଗରେ ବଢିଚୁରା, ଆଳୁ ଭର୍ତ୍ତା, ଶାଗ ଭଜା, ଛୁଇଁ ଭଜା, ଟମାଟୋ ବାଇଗଣ ଚକଟା ଓ ମାଛ ଭଜା ଟିକେ ହେଇଗଲେ ଜମିଥାଏ ପଖାଳ ଖାଇବାର ମଜା। ଆଜିର ଦିନରେ ବଡ ବଡ ତାରକା ହୋଟେଲରେ ମଧ୍ୟ ପଖାଳ ପରସାଯାଉଛି।
ପଖାଳ ଖାଲି ପାଟିକୁ ସୁଆଦ ଓ ମନକୁ ଶାନ୍ତି ଦେଇନଥାଏ, ଏହାର ଅନେକ ଉପକାରିତା ରହିଛି। ଆମେ ଯେତେବେଳେ ଭାତ ରାନ୍ଧିଥାଉ। ୧୦୦ଗ୍ରାମ ଭାତରେ ୩.୪ ମିଲିଗ୍ରାମ ରହିଥାଏ। ଯଦି ଏଥିରେ ପାଣି ଦେଇ ୧୨ଘଣ୍ଟା ଭିଜାଇ ରଖିବା ତେବେ ସେଥିରେ ଥିବା ଆଇରନ ମାତ୍ରା ୭୩.୯୧ ମିଲିଗ୍ରାମ ହୋଇଥାଏ। ଏହାସହିତ ସୋଡିୟମ୍ ୩ଶହ ୩ ମିଲିଗ୍ରାମ, ପୋଟାସିୟମ୍ ୮୪୮ମିଲିଗ୍ରାମ ଏବଂ କ୍ୟାଲସିୟମ ଶରୀରକୁ ମିଳିଥାଏ। ଗରମ ଭାତ ଅପେକ୍ଷା ପଖାଳ ଖାଇଲେ ଶୀଘ୍ର ହଜମ ହୋଇଥାଏ। ଖରାଦିନେ ସମସ୍ତେ ଅଧିକାଂଶ ସମୟ ପଖାଳ ଖାଇବାକୁ ଭଲ ପାଆନ୍ତି। ପଖାଳର ମହତ୍ୱକୁ ପରପିଢିରେ ପହଂଚାଇବା ଲକ୍ଷ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଉଛି।
Trending
- କେରଳର ପବିତ୍ର ଶବରୀମାଳା ଶ୍ରୀ ଆୟାପ୍ପା ମନ୍ଦିର ପ୍ରବେଶ କରି ଇତିହାସ ରଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ‘ୟୁନିଟ୍-୧’ ହାଟ ରେ ଭୟାବହ ଅଗ୍ନିକାଣ୍ଡ
- ପୀତବାସ ପଣ୍ଡା ହତ୍ୟା, ହୋଇଥିଲା ୫୦ ଲକ୍ଷ ଟଙ୍କାର ଡିଲ୍
- ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଜେଡ଼ି ନେତା ବିକ୍ରମ ପଣ୍ଡା ଗିରଫ
- ପୀତବାସ ହତ୍ୟା ମାମଲା,ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଗିରଫ କଲା ପୁଲିସ
- ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ମାଧ୍ୟମରେ ଆର୍ଥିକ ଅନଗ୍ରସର ତଥା ନିମ୍ନ ଆୟବର୍ଗମାନଙ୍କ ପାଇଁ ସୁରକ୍ଷିତ ଓ ସ୍ଥାୟୀ ଆଶ୍ରୟସ୍ଥଳ ସୁନିଶ୍ଚିତ ହେଉଛି
- ଧୂଆଁମୟ ଦିଲ୍ଲୀର ଆକାଶ
- INS ବିକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦି ସୈନିକମାନଙ୍କ ସହ ପାଳିଲେ ଦୀପାବଳି ଉତ୍ସବ
- ନାମାଙ୍କନ ଦାଖଲ କଲେ ସ୍ନେହାଙ୍ଗିନୀ ଛୁରିଆ
- ପୋଲିସ ସ୍ମାରକୀ ଦିବସ’ରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
Prev Post
Next Post