କାର୍ତ୍ତିକା ଶୁକ୍ଳ ତ୍ରୟୋଦଶୀ ତଥା ପଞ୍ଚୁକର ତୃତୀୟ ଦିନରେ ବଡ଼ ଓଷା ପାଳନ କରାଯାଇଥାଏ । ଧର୍ମମାସ କାର୍ତ୍ତିକର ଏହା ହେଉଛି ଏକ ବଡ଼ ପର୍ବ । ତେବେ ଆଜିର ଦିନରେ ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବ ଧବଳେଶ୍ୱର । ପ୍ରଭୁ ଧବଳେଶ୍ୱର ମନ୍ଦିରର ଏକ ବହୁପୁରାତନ ପରମ୍ପରା ଭାବେ ଚାଲିଆସୁଛି ଏହି ପର୍ବ । ତେବେ ଆଜିର ଏହି ବେଶ ଦର୍ଶନ କରିବା ପାଇଁ ମନ୍ଦିରରେ ଭୋରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି ।ତେବେ ବିଶ୍ୱାସ ରହିଛି ଏହି ଏକାଦଶୀରେ ନିଦ୍ରାଯାଇଥିବା ଦେବତାମାନେ ମଧ୍ୟ ନିଦ୍ରାତ୍ୟାଗ କରିଥାନ୍ତି । ଏପରିକି ପଦ୍ମପୁରାଣରେ ଏହାର ମହାତ୍ମ୍ୟ ମଧ୍ୟ ଉଲ୍ଲେଖ ଅଛି । ପ୍ରବାଦ ରହିଛି, ବ୍ରହ୍ମାଙ୍କ ଅଭିଶାପରୁ ମୁକ୍ତ ହେବା ପାଇଁ ଇନ୍ଦ୍ରଦେବ ପ୍ରଭୁ ଧବଳେଶ୍ୱରଙ୍କ ନିକଟରେ ବଡ଼ ଓଷା ବ୍ରତ ରଖି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ମହାନଦୀରେ ବୁଡ଼ ପକାଇଥିଲେ । ଫଳରେ ବ୍ରହ୍ମାଙ୍କ ଅଭିଶାପ ୪ୟ ହୋଇଥିଲା ବୋଲି ଲୋକମାନଙ୍କ ମଧ୍ୟରେ ବିଶ୍ୱାସ ରହିଛି । ତେଣୁ ବଡ଼ଓଷା ଏବଂ କାର୍ତ୍ତିକବ୍ରତ କରିଥିବା ଶ୍ରଦ୍ଧାଳୁ ଏବଂ ଭକ୍ତମାନେ ଆଜି ଦବଳେଶ୍ୱର ପୀଠକୁ ଆସି ନିଜର ମନସ୍କାମନା ପୂର୍ଣ୍ଣ କରିବାପାଇଁ ପ୍ରାର୍ଥନା କରିଥାନ୍ତି ।ତେବେ ଆଜି ଭୋର ୩ଟାରେ ଦ୍ୱାର ଫିଟାଯାଇ ୧୦୮ ଗରା ଜଳରେ ପ୍ରଭୁଙ୍କର ସ୍ନାନ କରାଯାଇଥିଲା । ପରେ ମଇଲମ,ମଙ୍ଗଳ ଆଳତୀ, ଆଦି ସମସ୍ତ ନୀତିକାନ୍ତି ପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଛଡ଼ାଯାଇଥିଲା । ତେବେ ମଧ୍ୟରାତ୍ରିରେ ଗଜା ଭୋଗ ହେବା ପରେ ଏହି ଭୋଗ ଏବଂ ତରଣ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବିତରଣ କରାଯିବ । ତେବେ ଗତକାଲି ପୂଜକ ସମିତି ଧାରଣା ଦେବା କାରଣରୁ ଭକ୍ତମାନେ ଦର୍ଶନରୁ ବଞ୍ଚିତ ଥିଲେ । ତେଣୁ ଆଜି ସକାଳୁ ଭକ୍ତମାନେ ମୁଖ୍ୟଦ୍ୱାର ଭାଙ୍ଗି ବାବାଙ୍କୁ ଦର୍ଶନ କରିଛନ୍ତି । ଭିନ ଅଣାୟତ୍ତ ହେବା ଯୋଗୁଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି । ଏତି ସହିତ ନଦୀଘାଟରେ ଓଡ୍ରାଫ ଟିମ, ଅଗ୍ନିଶମ ବାହିନୀ ଏବଂ ମେଡିକାଲ ଟିମ ମଧ୍ୟ ମୁତୟନ କରାଯାଇଛି ।
Trending
- ସାମୁଦ୍ରିକ ଝଡ଼ ‘ମନ୍ଥା’ : ଓଡ଼ିଶା ପାଇଁ ଟଳିଗଲା ବିପଦ
- ସାମୁଦ୍ରିକ ଝଡ଼ ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି , ରାତି ୧୨ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ
- ୮ମ ବେତନ କମିଶନକୁ ଅନୁମୋଦନ
- ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ , ପ୍ରଥମ ଓ ଦ୍ୱିତୀୟ ଦିନରେ ୫ଟି ଜିଲ୍ଲା ପ୍ରଭାବିତ ହେବ – ମୁଖ୍ୟମନ୍ତ୍ରୀ
- ଭୟ ନକରି ସତର୍କ ରୁହନ୍ତୁ, ଆମେ ଏକାଠି ବାତ୍ୟାର ମୁକାବିଲା କରିବା – ନବୀନ
- ଛଠ ପୂଜା କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି
- ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା
- ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ୮ ଜିଲାରେ ସ୍କୁଲ ଛୁଟି ଘୋଷଣା
- ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି, ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି
Next Post