ଆଜି ପବିତ୍ର ମାଘ ମାସ ଶୁକ୍ଲ ପକ୍ଷ ସପ୍ତମୀ ତିଥିରେ ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ ପକାଇଛନ୍ତି। ବିଶ୍ଵ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ପରିଭ୍ରମଣ କରି ନବଗ୍ରହ ପୀଠରେ ପୂଜାର୍ଚ୍ଚନା କରିଛନ୍ତି। କୁହୁଡିଆ ପାଗ ଯୋଗୁଁ ସୂର୍ଯ୍ୟ ଦର୍ଶନରେ ବିଳମ୍ବ ପାଇଁ ଶ୍ରଦ୍ଧାଳୁ ନିରାଶ ହୋଇଛନ୍ତି। ପ୍ରତ୍ୟୁଷରେ ପାରମ୍ପରିକ ରୀତିନୀତିରେ ତିନି ଠାକୁରଙ୍କ ମହାସ୍ନାନ ପରେ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ଚନ୍ଦ୍ରଭାଗା ତୀର୍ଥରେ ବୁଡ ପକାଇଥିଲେ।ବୁଡ ସାରି ଶ୍ରଦ୍ଧାଳୁ ମାନେ ବିଶ୍ଵ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ପରିଭ୍ରମଣ କରି ନବଗ୍ରହ ପୀଠରେ ପୂଜାର୍ଚ୍ଚନା ଓ ହୋମ ଯଜ୍ଞ କରିଥିଲେ। ପୌରାଣିକ ମତ ଅନୁସାରେ ମାଘ ଶୁକ୍ଲ ପକ୍ଷ ସପ୍ତମୀ ତିଥରେ କାଶ୍ୟପ ଋଷି ଓ ଆଦିତିଙ୍କ ଗର୍ଭରୁ ମିତ୍ରାଦିତ ବା ସୂର୍ଯ୍ୟ ଭଗବାନଙ୍କ ଜନ୍ମ ହୋଇଥିଲା। ଅର୍କକ୍ଷେତ୍ରରେ ଶାମ୍ବ ଉପାସନା କରି ବ୍ୟାଧି ମୁକ୍ତ ହୋଇ ଶାମ୍ବ ଦଶମୀ ଦିନ ଚନ୍ଦ୍ରଭାଗା ନଦୀରୁ ପ୍ରାପ୍ତ ହୋଇଥିବା ମିତ୍ରାଦିତ୍ୟଙ୍କ ମଣି ବିଗ୍ରହକୁ ଏହି ଦିନରେ ସ୍ଥାପନା କରିଥିଲେ ଓ ଏହି ଦିନ ଲାଙ୍ଗୁଳା ନରସିଂହ ଦେବ କୋଣାର୍କରେ ରଥାକୃତି ସୂର୍ଯ୍ୟ ମନ୍ଦିର ସ୍ଥାପନା କରିଥିଲେ।
Trending
- ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ
- ଯବାନଙ୍କ ଗୁଳିରେ 7 ମାଓବାଦୀ ଗିରଫ
- କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ,ଡାକ୍ତରଖାନାରେ ଭର୍ତ୍ତି
- 4 ଟି ପ୍ରସ୍ତାବ ବାଜିଲା କ୍ୟାବିନେଟ ମୋହର , ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜାନା କୁ ମିଳିଲା ଅନୁମୋଦନ
- ବିକଶିତ କୋଟିଆ ପାଇଁ ମାଷ୍ଟର ପ୍ଲାନ
- ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ
- ଆଜି ରୁକ୍ମିଣୀ ହରଣ ଏକାଦଶୀ , ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ
- ବିଶ୍ଵର ସର୍ବୋଚ୍ଚ ସେତୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ବସିବ କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକ
Prev Post
Next Post