ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପର୍ବ। ଏହି ଦିନ ମା ସମଲେଶ୍ୱରୀଙ୍କ ପାଖେ ନବାନ୍ନା ଲାଗି ହୋଇଥାଏ। ତେବେ ପ୍ରତିଘରେ ନୂଆ ଖାଇବା ସହ ନୂଆ ପିନ୍ଧି ପରସ୍ପରକୁ ପିଲାଠୁ ବୁଢା ଯାଏଁ ଶୁଭେଚ୍ଛା ଜଣାଇବେ। ପଶ୍ଚମ ଓଡ଼ିଶା ପରମ୍ପରା ଅନୁଯାୟୀ, ସକାଳ ୯ଟା ୧୨ମିନିଟରୁ ୯ଟା ୨୭ ମିନିଟ ମଧ୍ୟରେ ମାଆଙ୍କ ମନ୍ଦିରରେ ଗୁପ୍ତ ପୂଜା କରାଯିବା ସହ ନବାନ୍ନା ଲାଗି ହେବ। ଜୁହାର ଭେଟ ପରମ୍ପରା ସହ ଢୋଲ ନିଶାନ ତାସାରର ତାଳେ ତାଳେ ଝୁମିବେ ପଶ୍ଚିମ ଓଡ଼ିଶାବାସୀ।ନୂଆଁଖାଇ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟପାଳ ରଘୁବର ଦାସ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁରୀ ଭାଷାରେ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, ‘ପଶ୍ଚିମ୍ ଓଡ଼ିଶାର୍ ବଡଖା ତିହାର ନୂଆଁଖାଇ ଲାଗି ସମ୍କୁ ମୋର ନୂଆଁଖାଇ ଜୁହାର୍, ଶୁଭେଚ୍ଛା ଆର୍ ଅଭିନନ୍ଦନ୍। ମାଁ ସମଲେଇଙ୍କର ଅପାର କୃପାନୁ ଧରତୀ ମାଁ ଶସ୍ୟ ଶ୍ୟାମଳା ହଉ। ସମସ୍ତଙ୍କର୍ ଜୀବନ୍ ସୁଖ୍, ଶାନ୍ତି ଆର୍ ସମୃଦ୍ଧିଥି ଭରିଯାଉ, ଇଟା ହିଁ ମୋର କାମନା।’ସେହିପରି ରାଜ୍ୟପାଳ ରଘୁବର ଦାସ ଲେଖିଛନ୍ତି ଯେ, ସୁଖ, ଶାନ୍ତି, ମୈତ୍ରୀ ଓ ଆନନ୍ଦର ପବିତ୍ର ପରମ୍ପରା ଓ ପର୍ବ ନୂଆଁଖାଇ ପାଳନ ଅବସରରେ ମୁଁ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଏହା ଏକ କୃଷିଭିତ୍ତିକ ପର୍ବ। ଏହି ପରିପ୍ରେକ୍ଷୀରେ ମୁଁ ରାଜ୍ୟର କୃଷକ ଭାଇଭଉଣୀମାନଙ୍କର ସୁଖ ଓ ସମୃଦ୍ଧି କାମନା କରିବା ସହ କୃଷିକ୍ଷେତ୍ରରେ ଓଡ଼ିଶାକୁ ଏକ ଅଗ୍ରଣୀ ଓ ପ୍ରଗତିଶୀଳ ରାଜ୍ୟରେ ପରିଣତ କରିବାକୁ ଆହ୍ୱାନ ଜଣାଉଛି।
Trending
- ନିର୍ମିତ ରୋପୱେ ଭାଙ୍ଗି 6 ମୃତ
- ଆପଣଙ୍କର ଚାରି ଚକିଆ ଯାନ ଅଛି କି? ଆଉ ସୁଭଦ୍ରା ଟଙ୍କା ମିଳିବନି
- ସରକାରୀ ଅଫିସରେ BSNL ନେଟ୍ଓ୍ବର୍କ ବାଧ୍ୟତାମୂଳକ
- ପ୍ରଧାନମନ୍ତ୍ରୀ ଗୁରୁ ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି
- ଜିଏସଟି ସଂସ୍କାର ଦୁଗ୍ଧ ଚାଷୀମାନଙ୍କୁ ସଶକ୍ତ କରିବା ସହ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବ: ପ୍ରଧାନମନ୍ତ୍ରୀ
- ଗୁରୁ ହିଁ ସାକ୍ଷାତ ଈଶ୍ବର
- ଭାରତ ବନ୍ଦ କରିବ କି ୟୁକ୍ରେନ ଯୁଦ୍ଧ
- ସେପ୍ଟେମ୍ବର 7ରୁ ଆରମ୍ଭ ହେଉଛି ପିତୃପକ୍ଷ
- ଗୁରୁତର ଅଛନ୍ତି ଅଭିଜିତ ମଜୁମଦାର
- GST ସ୍ଲାବରେ ବଡ଼ ପରିବର୍ତ୍ତନ
Prev Post
Next Post