ମେଟ୍ରୋ ଟିଭି ଓଡିଶା (୧୮.୨.୨୦୨୨) :
ଆଜିଠାରୁ ସାରା ରାଜ୍ୟରୁ ନାଇଟ କର୍ଫ୍ୟୁକୁ ହଟାଇଦିଆଯାଇଛି | ରାଜ୍ୟର ସମସ୍ତ ସହରାଞ୍ଚଳରେ ଲାଗୁ ହୋଇଥିବା ନାଇଟ୍ କର୍ଫ୍ୟୁକୁ ହଟାଇ ଦିଆଯାଇଛି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ରାଜ୍ୟରେ ନାଇଟ୍ କର୍ଫ୍ୟୁ ଜାରି କରାଯାଇଥିଲା ।

ସୂଚନା ଥାଉ କି ରାଜ୍ୟର ସମସ୍ତ ସହରାଞ୍ଚଳରେ କୋଭିଡ କଟକଣା ହେତୁ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ଥିଲା ।ଆଉ ଫେବୃୟାରୀ ଗାଇଡଲାଇନରେ ରାତ୍ରିକାଳୀନ କର୍ଫ୍ୟୁ ଆସନ୍ତା ୨୮ ତାରିଖ ଯାଏଁ ବଳବତ୍ତର ରହିବ ବୋଲି କୁହାଯାଇଥିଲା | କିନ୍ତୁ କୋଭିଡ ମାମଲା କମୁଥିବାରୁ ନିର୍ଦ୍ଧାରିତ ଦିନ ପୂର୍ବରୁ ନାଇଟ କର୍ଫ୍ୟୁକୁ ହଟାଇଦିଆଯାଇଛି |