ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ କରୋନା
ମେଟ୍ରୋ ଟିଭି ଓଡିଶା,୭/୧: ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କରୋନାରେ ସଂକ୍ରମିତ ହୋଇଛନ୍ତି । ସେ କରୋନାରେ ସଂକ୍ରମିତ ହୋଇଥିବା ଜାଣିବାକୁ ପାଇ ନିଜ ଘରେ ହୋମ୍ ଆଇସୋଲେସନ୍ରେ ରହିଛନ୍ତି । ଗତକାଲି ସେ କରୋନା ପଜିଟିଭ ଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଓ କହିଛନ୍ତି ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ମାନେ କରୋନା ଟେଷ୍ଟ କରିବା ପାଇ ପରାମର୍ଶ ଦେଇଛନ୍ତି ।
sources- https://mobile.twitter.com/
ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଟ୍ଵିଟ୍ କରି ଲେଖିଛନ୍ତି, ଗତ କାଲି ମୁଁ ବିନା କୌଣସି ଲକ୍ଷଣ ଥିବା କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛି। ଏବେ ମୁଁ ହୋମ୍ ଆଇସୋଲେସନ୍ରେ ଅଛି। ଏଣୁ ଗତ ୩ ଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଥବା ଲୋକଙ୍କୁ ମୁଁ ଟେଷ୍ଟ କରାଇବାକୁ ପରାମର୍ଶ ଦେଉଛି। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ନୂଆ ୨୭୦୩ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୯୨୬ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।