ବ୍ରିଟେନ୍ର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ସାର୍ ପାଟ୍ରିକ୍ ଭାଲାନ୍ସ ସତର୍କ କରାଇଛନ୍ତି। ସେଥିପାଇଁ ଆଗାମୀ ସରକାର ପ୍ରସ୍ତୁତି ଉପରେ ପ୍ରାଥମିକତା ଦେବାକୁ ସେ ପରାମର୍ଶ ଦେଇଛନ୍ତି। ନୂତନ ଭାବେ ସୃଷ୍ଟି ହେଉଥିବା ବିପଦକୁ ଶୀଘ୍ର ଚିହ୍ନଟ କରିବା ପାଇଁ ଉନ୍ନତ ସର୍ଭିଲାନ୍ସ ବ୍ୟବସ୍ଥା ସ୍ଥାପନ ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ସେ ୨୦୨୧ରେ ଜି-୭ ନେତାମାନଙ୍କୁ ଦେଇଥିବା ବାର୍ତ୍ତାକୁ ଦୋହରାଇବା ସହ ତ୍ୱରିତ୍ କାର୍ଯ୍ୟାନୁଷ୍ଠାନକୁ ପ୍ରାଥମିକତା ଦେଇଛନ୍ତି। କୋଭିଡ୍-୧୯ ମହାମାରୀ ବେଳେ ତ୍ୱରିତ୍ ନିଦାନ, ଟିକା ଏବଂ ଚିକିତ୍ସା ଯୋଗୁ ଏହାକୁ ରୋକାଯାଇପାରିଥିଲା। ଏହା ହାସଲଯୋଗ୍ୟ ହୋଇଥିବାବେଳେ ଅନ୍ତର୍ଜାତୀୟ ସମନ୍ବୟରେ ଉଲ୍ଲେଖନୀୟ ଉନ୍ନତି ଆବଶ୍ୟକ ବୋଲି ଭାଲାନ୍ସ କହିଛନ୍ତି। ୨୦୨୧ରେ ସେ ଯେଉଁସବୁ ପରାମର୍ଶ ଦେଇଥିଲେ ୨୦୨୩ ସୁଦ୍ଧା ଜି-୭ ଦେଶଗୁଡ଼ିକ ତାହା ଭୁଲିଯାଇଥିବା ଭଳି ମନେହୁଏ। ମହାମାରୀ ମୁକାବିଲା ପାଇଁ ପ୍ରସ୍ତୁତିକୁ ଯୁଦ୍ଧକାଳୀନ ପ୍ରସ୍ତୁତି ଭଳି ଗୁରୁତ୍ୱର ସହ ନେବାକୁ ଭାଲାନ୍ସ ସୁପାରିସ କରିଛନ୍ତି। ମହାମାରୀ ପ୍ରସ୍ତୁତିରେ ଦେଶଗୁଡ଼ିକ ପରସ୍ପରକୁ ସହଯୋଗ କରିବା ନିମନ୍ତେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ମହାମାରି ଚୁକ୍ତିନାମା ପାଇଁ ଉଦ୍ୟମ ଚଳାଇଛି। ଏହା ଏକ ସକାରାତ୍ମକ ପଦକ୍ଷେପ ହେଲେ ମଧ୍ୟ ଯଥେଷ୍ଟ ନୁହେଁ। ଯଦି ଏହି ପ୍ରସଙ୍ଗ ଜି୭ ଏବଂ ଜି୨୦ ଏଜେଣ୍ଡାରୁ ହଟିଯାଉଛି, ତେବେ ଆମେ ସମାନ ସ୍ଥିତିରେ ରହିଛୁ ବୋଲି ଧରିନେବାକୁ ହେବବୋଲି ଭାଲାନ୍ସ କହିଛନ୍ତି।
Trending
- ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟି ଆରମ୍ଭ
- ଜନଗଣନା କର୍ମଚାରୀଙ୍କୁ ଆକ୍ରମଣ,କାମାକ୍ଷାନଗର ଏନଏସି ତିନି ନମ୍ବର ୱାର୍ଡ ମହିମାନଗର ସାହିରେ ଘଟିଛି ଘଟଣା।
- ଏସ୍ସିବି ମେଡିକାଲ ବିଲ୍ଡିଙ୍ଗରୁ ଖସିଲା ସିଲିଂ,କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ପୂର୍ତ୍ତ ବିଭାଗ
- ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ୩ଟା ଯାଏଁ ଜନଗଣନା କରିବେନି ଜନଗଣନା ଅଧିକାରୀ
- ପହଲଗାମ ନରସଂହାରକୁ ପୂରିଲା ବର୍ଷେ: ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ, ‘ଅପରେସନ ସିନ୍ଦୂର’ର ସେହି ସଂକଳ୍ପକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ
- ଆଜି ବସୁଛି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୯ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର
- ୨୮ ଫେବୃଆରୀରୁ ୯ ଏଲପିଜି ଓ ୧ ଅଶୋଧିତ ତୈଳ ଜାହାଜ ସୁରକ୍ଷିତ ଭାବେ ହର୍ମୁଜ୍ ପ୍ରଣାଳୀ ପାର କରିଛି
- ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ ପୂର୍ବରୁ ଭାରତୀୟ ସେନା ସେୟାର କରିଛି ଏକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ
- ମହିଳାଙ୍କୁ ଖରାପ ଚାଟିଂ ଏବଂ ଫୋନ୍ କରି ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ ଖଣ୍ଡପଡ଼ା SDPOଙ୍କୁ ବଦଳି
- ଆସନ୍ତାକାଲି ବିଜେପିର ବିଶାଳ ମହିଳା ଜନଆକ୍ରୋଶ ସମାବେଶ,ଅପରାହ୍ଣ ୪ଟାରୁ ପ୍ରଦର୍ଶନୀ ପଡ଼ିଆରୁ ଲୋୟର ପିଏମଜି ଯାଏଁ ବିଶାଳ ରାଲି
Prev Post
Next Post