ଭାରତ ବାୟୋଟେକ୍ର କୋଭାକ୍ସିନ୍ ଟିକାର ଦୀର୍ଘମିଆଦୀ ପ୍ରଭାବକୁ ଅନୁଧ୍ୟାନ କରି ବିଏଚ୍ୟୁର ଗବେଷକମାନଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ କୋଭାକ୍ସିନ୍ ନେଇଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ଲୋକ ‘ଆଡ୍ଭର୍ସ ଇଭେଣ୍ଟସ ଅଫ୍ ସ୍ପେସାଲ ଇଣ୍ଟରେଷ୍ଟ’ ବା ଏଇଏସ୍ଆଇ ନେଇ ରିପୋର୍ଟ କରିଛନ୍ତି। ପାର୍ଶ୍ବ ପ୍ରତିକ୍ରିୟା ଅଧ୍ୟୟନ ପାଇଁ ପରୀକ୍ଷା କରାଯାଇଥିବା ୯୨୬ ଜଣ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ଏଇଏସ୍ଆଇ ରିପୋର୍ଟ କରିଥିଲେ, ଯେଉଁଥିରେ ଉପର ଶ୍ୱାସନଳୀ ସଂକ୍ରମଣ ସବୁଠାରୁ ସାଧାରଣ ଅଭିଯୋଗ ଥିଲା। ଷ୍ଟ୍ରୋକ୍ ଓ ଗିଲେନ୍-ବାର୍ ସିଣ୍ଡ୍ରୋମ୍ ଭଳି ଗୁରୁତର ଏଇଏସ୍ଆଇ ଲକ୍ଷଣ ଏକ ପ୍ରତିଶତ ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳିଥିଲା। ଜାନୁଆରି ୨୦୨୨ରୁ ଅଗଷ୍ଟ ୨୦୨୩ ମଧ୍ୟରେ ହୋଇଥିବା ଏହି ଅଧ୍ୟୟନରେ କୋଭାକ୍ସିନ ଟିକା ନେଇଥିବା ୬୩୫ କିଶୋର ଓ ୨୯୧ ପ୍ରାପ୍ତବୟସ୍କଙ୍କୁ ସାମିଲ କରାଯାଇଥିଲା। କିଶୋରମାନଙ୍କଠାରେ ଦେଖାଯାଇଥିବା ସାଧାରଣ ଏଇଏସ୍ଆଇ ମଧ୍ୟରେ ଚର୍ମ ଓ ଚର୍ମତଳି ରୋଗ, ସାଧାରଣ ସମସ୍ୟା ଓ ସ୍ନାୟୁପ୍ରଣାଳୀ ବିକାର ଅନ୍ତର୍ଭୁକ୍ତ। ପ୍ରାପ୍ତବୟସ୍କଙ୍କଠାରେ ସାଧାରଣ ସମସ୍ୟା, ମାଂସପେଶୀ ଓ ଅସ୍ଥିଜନିତ ସମସ୍ୟା ଏବଂ ସ୍ନାୟୁପ୍ରଣାଳୀ ରୋଗ ଦେଖିବାକୁ ମିଳିଥିଲା।
Trending
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
- ଦିଲ୍ଲୀରେ ଖୁବ୍ ଜୋର୍ରେ ବର୍ଷା , ତଳିଆ ଅଞ୍ଚଳ ଆଣ୍ଠୁଏ ପାଣି
- ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବିଏମ୍ସିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
- ବନ୍ଧା ହେଲେ ଡିଏଫ୍ଓ ବାବୁ
- ଆଜି ଠୁ ପ୍ଲାଷ୍ଟିକରେ ପେଟ୍ରାଲ ବିକ୍ରୟ ନିଷେଧ
- ଧନକର ଇସ୍ତଫା ନା ଚାପର ବଶବର୍ତ୍ତୀ ହୋଇ ପଦତ୍ୟାଗ କଲେ
- ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟପାଳଙ୍କୁ ହଠାତ ଭେଟିଲେ କାହିଁକି ?
- ବାଂଲାଦେଶର ଢାକାରେ ଜେଟ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି
- ଭାରତୀୟ ସେନାର ଶକ୍ତି ଦେଖିଥିଲା ସାରା ବିଶ୍ୱ
Prev Post
Next Post