ବିଶ୍ୱ ଜୈବ ଇନ୍ଧନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପାନିପତ, ହରିଆନା ଠାରେ ଅଗଷ୍ଟ ୧୦, ୨୦୨୨ ଅପରାହ୍ନ ୪.୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ଦ୍ୱିତୀୟ ପୀଢିର (୨ଜି) ଇଥାନଲ ପ୍ଲାଣ୍ଟ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।ଦେଶରେ ଜୈବ ଇନ୍ଧନ ଉତ୍ପାଦନ ଓ ବ୍ୟବହାରକୁ ପ୍ରୋତ୍ସାହନ ଦେବାକୁ ସରକାର ଦୀର୍ଘ ବର୍ଷ ଧରି ପ୍ରୟାସର ଅଂଶବିଶେଷ ଭାବେ ଏହି ପ୍ଲାଣ୍ଟ ସମର୍ପିତ ହେବ । ଶକ୍ତି କ୍ଷେତ୍ରକୁ ସୁଲଭ, ସହଜଲଭ୍ୟ, ଦକ୍ଷ ଓ ନିରନ୍ତର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସର ଏହା ପ୍ରତିଫଳନ ।ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (ଆଇଓସିଏଲ) ଦ୍ୱାରା ଆନୁମାନିକ ୯୦୦ କୋଟି ଟଙ୍କାରୁ ଅଧିକ ବିନିଯୋଗରେ ପାନିପତ ବିଶୋଧନାଗାର ନିକଟରେ ୨ଜି ଇଥାନଲ ପ୍ଲାଣ୍ଟ ନିର୍ମିତ ହୋଇଛି । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ପ୍ରକଳ୍ପରୁ ପ୍ରାୟ ଦୁଇ ଲକ୍ଷ ଟନ ନଡା ବ୍ୟବହାର କରି ବାର୍ଷିକ ତିନି କୋଟି ଲିଟର ଇଥାନଲ ଉତ୍ପାଦିତ ହେବା ସହ ଭାରତର ବର୍ଜ୍ୟରୁ ସମ୍ପଦ ସୃଷ୍ଟି ପ୍ରୟାସରେ ନୂତନ ଅଧ୍ୟାୟ ଯୋଡିବ ।କୃଷି-ଫସଲର ଅବଶେଷ ଉପଯୋଗ ମାଧ୍ୟମରେ କୃଷକ ସଶକ୍ତିକରଣ ସହ ସେମାନଙ୍କୁ ଅତିରିକ୍ତ ରୋଜଗାରର ସୁଯୋଗ ପ୍ରଦାନ କରିବ । ପ୍ଲାଣ୍ଟ ପରିଚାଳନାରେ ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବା ସହ ନଡା କଟା, ବନ୍ଧା, ସଂରକ୍ଷଣ ଆଦି ପାଇଁ ଯୋଗାଣ ଶୃଙ୍ଖଳରେ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବ ।
Trending
- ରାଜ୍ୟ କ୍ୟାବିନେଟ ବୈଠକ – ୪ଟି ବିଭାଗର ୫ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ
- ବିହାରରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସମସ୍ତେ ଚେଷ୍ଟା ଚଳାଇଛି ବିଜେପି , ଦିନକରେ ତିିନି ସ୍ଥାନରେ ଅମିତ ଶାହଙ୍କ ପ୍ରଚାର
- ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ତତ୍ପର – ସୁରେଶ ପୂଜାରୀ
- ଓଡ଼ିଶାର ସର୍ବବୃହତ ପ୍ରେକ୍ଷାଳୟ ‘କଳାମଣ୍ଡଳ’ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
- “ଯେତେବେଳେ ମୋବାଇଲ୍ ଫୋନ୍ ଥାଏ, ବିହାରକୁ ଲଣ୍ଠନର ଆବଶ୍ୟକତା ନାହିଁ – ପ୍ରଧାନମନ୍ତ୍ରୀ ମୋଦୀ
- ଗିରଫ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ୪୪ ଜଣ ଓକିଲ ଲଢ଼ିବେ
- ନୂଆପଡା ଲଢେଇରେ କେଉଁ ପ୍ରାର୍ଥୀ ଆଗରେ ?
- ନୂଆପଡା ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଆମ ସମସ୍ତଙ୍କୁ ପ୍ରଭାବିତ କରିଛି
- ରାଜ୍ୟର ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ବିଜେପି ଆକ୍ରୋଶମୂଳକ ରାଜନୀତି ଆରମ୍ଭ କରିଛି: ବିଜେଡି
- ରାଜ୍ୟରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା
Prev Post
Next Post