ମାଗଣାରେ ବୁଷ୍ଟର ଡୋଜ୍‍ ନେବାକୁ ଭିଡ୍

୧୮ ବର୍ଷରୁ ଅଧିକ ବର୍ଷ ବୟସ୍କଙ୍କୁ ଆଜି ଠାରୁ ମାଗଣାରେ ଦିଆଯାଉଛି ବୁଷ୍ଟର ଜୋଡ୍‍। ତେବେ ସରକାରୀ ଡାକ୍ତରଖାନାରେ ବୁଷ୍ଟର ଡୋଜ ନେବାକୁ ଭିଡ ଦେଖାଯାଇଛି । ବର୍ଷା ସତ୍ତ୍ବେ ଲୋକମାନେ ଧାଡିରେ ଯାଇ ବୁଷ୍ଟର ଡୋଜ ଦେଉଛନ୍ତି ।

ଆଜି ରାଜ୍ୟରେ ୨୩୨୦ ଟିକାକରଣ କେନ୍ଦ୍ରରେ ଦିଆଯାଉଛି ପ୍ରିକସନ୍ ଡୋଜ । କେବଳ ଭୁବନେଶ୍ୱରରେ ୧୯ଟି ଟିକାକରଣ କେନ୍ଦ୍ରର ବ୍ୟବସ୍ଥା ହୋଇଛି । ୧୮ରୁ ୫୯ ବର୍ଷ ବୟସର ୧ ଲକ୍ଷ ୫୨ ହଜାର ପ୍ରିକସନ୍ ଡୋଜ୍ ନେଇଛନ୍ତି । ଉଭୟ ଅନ୍‌ଲାଇନ୍ ଓ ଅନ୍‌ସାଇଟ ପଞ୍ଜୀକରଣ କରି ଟିକା ନେଇପାରିବେ ।ରାଜ୍ୟରେ ୧୩ ଲକ୍ଷ ଡୋଜ ଟିକା ମହଜୁଦ ଅଛି, କିଛି ଦିନ ଯାଏଁ ଚାଲିବ । ସବୁ ଲୋକଙ୍କୁ ଟିକାକରଣ ପାଇଁ କେନ୍ଦ୍ର ସଂଖ୍ୟା ୩ ହଜାରରୁ ଅଧିକ ହେବ । ଏମିତିକି କଲେଜ ଓ ଶିକ୍ଷାନୁଷ୍ଠାନରେ କ୍ୟାମ୍ପ୍ କରି ଟିକା ବ୍ୟବସ୍ଥା ହୋଇଛି । ୧୩ ଲକ୍ଷ ଡୋଜ ଟିକା ରାଜ୍ୟରେ ଏବେ ରହିଛି । ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା ଦେଇଛନ୍ତି । ଏହି ବୟସ ବର୍ଗରେ ୨ କୋଟି ୬୫ ଲକ୍ଷରୁ ଊର୍ଦ୍ଧ୍ୱ ଟିକା ନେବାକୁ ଅଛନ୍ତି ।

ରାଜ୍ୟର ଅନେକ ସରକାରୀ କୋଭିଡ ଟୀକାକରଣ କେନ୍ଦ୍ରମାନଙ୍କରେ ଟିକାକରଣ ଆରମ୍ଭ ହୋଇଛି। କୋଭିଡ ଟିକାର ୨ୟ ପାନ ନେଇଥିବା ବ୍ୟକ୍ତିମାନେ ୬ ମାସପରେ ଏହି ପ୍ରିକସନ ଡୋଜ୍‍ ନେଇ ପାରିବେ।   ଉଭୟ ଅନଲାଇନ ଓ ଅଫଲାଇନରେ ପଞ୍ଜୀକରଣ ପାଇଁ ବ୍ୟବସ୍ଥା ହୋଇଛି।