ମେଟ୍ରୋ ଓଡ଼ିଆ (୨୬ .୩.୨୦୨୨):
ଦେଶରେ କରୋନା ଭୁତାଣୁ କମିଥିବା ବେଳେ ଏବେ ବି କିଛି ଦେଶରେ କରୋନା ସଂକରଣ କାମିନି। ଚୀନ୍ରେ ତାଣ୍ଡବ ରଚିଛି କରୋନା। ଫେଲ୍ ମାରିଛି ଚୀନ୍ର ଜିରୋ କୋଭିଡ ପଲିସି। ଏଠି ସଂକ୍ରମଣ କମିବାର ନାଁ ନେଉ ନାହିଁ। କମିବା ବଦଳରେ ଏଠାରେ ବଢ଼ିବାରେ ଲାଗିଛି କରୋନା ମାମଲା। ଏଠି କରୋନା ଟିକା ମଧ୍ୟ ପ୍ରଭାବହୀନ ସାବ୍ୟସ୍ତ ହୋଇଛି। ଏହାକୁ ନେଇ ସେଠାକାର ସରକାର ଅଧିକାଂଶ ସହରରେ ଲକ୍ଡାଉନ ଲଗାଇବାକୁ ବାଧ୍ୟ ହୋଇଛନ୍ତି।

କୋଭିଡ ବିରୋଧରେ ଲଢ଼ିବା ଓ ଆଣ୍ଟିବଡି ତିଆରି କରିବା ପାଇଁ ଚୀନ ପ୍ରଥମେ ‘ସିନୋ ଭାକ’ଓ ‘ସିନୋ ଫାର୍ମ’ନାମକ ଦୁଇଟି କୋଭିଡ ନିରୋଧି ଟିକାକୁ ବିକସିତ କରିଥିଲା। ଚୀନ ଏହି ଟିକାକୁ ବିଭିନ୍ନ ଦେଶକୁ ରପ୍ତାନି କରିବା ସହିତ ଅନେକ ଦେଶକୁ ମଧ୍ୟ ଦାନ କରିଥିଲା। ସମୟ ଅନୁସାରେ ଏହା କୋଭିଡ ସଂକ୍ରମଣ ରୋକିବାରେ ଫଳପ୍ରଦ ନୁହେଁ ବୋଲି ଅଭିଯୋଗ ହୋଇଥିଲା।

କିନ୍ତୁ ଚୀନ ସେହି ସମୟରେ ଏହି ଅଭିଯୋଗକୁ ଖଣ୍ଡନ କରିଥିଲା। ପରେ ଅନେକ ଦେଶ କରୋନା ବିରୋଧରେ ଅତିରିକ୍ତ ଡୋଜ ବା ବୁଷ୍ଟର ଡୋଜ ନେବା ଆରମ୍ଭ କରିଥିଲେ। ଯେଉଁମାନେ କୋଭିଡ ଟିକାର ଦୁଇଟି ଡୋଜ ନେଇସାରିଥିଲେ ସେମାନଙ୍କୁ ଏହି ବୁଷ୍ଟର ଡୋଜ୍ ଦିଆଯାଇଥିଲା। ଡିସେମ୍ବର ମାସ ଶେଷ ବେଳକୁ ଯେତେବେଳେ କରୋନାର ନୂଆ ଭୁତାଣୁ ଓମିକ୍ରନ ଭାରିଏଣ୍ଟ ଚିହ୍ନଟ ହୋଇଥିଲା ସେତେବେଳେ ଚୀନର ସିନୋଭାକ ଟିକା ଏହାକୁ ମୁକାବିଲା କରିବାରେ ବିଫଳ ହୋଇଥିଲା।