ରାଜ୍ୟରେ ୨୭.୯୭ ପ୍ରତିଶତ ରହିଛି ପଜିଟିଭ ରେଟ୍‌

ରାଜ୍ୟରେ ୨୭.୯୭ ପ୍ରତିଶତ ରହିଛି ପଜିଟିଭ ରେଟ୍‌

ମେଟ୍ରୋ ଟିଭି ଓଡିଶା,୧୭/୧: ରାଜ୍ୟରେ ୧୦ ହଜାର ଉପରେ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୧୦ ହଜାର ୪୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ସଂକ୍ରମଣ ହାର ରହିଛି ୧୪.୯୫ ପ୍ରତିଶତ । କେବଳ ଖୋର୍ଦ୍ଧାରୁ ୨ ହଜାର ୯୩୪ ନୂଆ କେସ୍ ଆସିଛି ।

ଯାହା ମୋଟ ଆକ୍ରାନ୍ତଙ୍କର ୨୭.୯୭ ପ୍ରତିଶତ । ସୁନ୍ଦରଗଡରୁ ୧ ହଜାର ୪୪୭, କଟକରୁ ୭୮୬ ଓ ସମ୍ବଲପୁରରୁ ୩୮୭ ଓ ବାଲେଶ୍ୱରରୁ ୪୩୩ ନୂଆ ଆକ୍ରାନ୍ତ ହୋଇଛନ୍ତି । ରାଜ୍ୟରେ ୨୪ ଘଣ୍ଟାରେ ୭୦ ହଜାର ୧୧୭ ଟେଷ୍ଟିଂ ହୋଇଛି । ଏବେ ଆକ୍ଟିଭ୍ କେସ୍ ରହିଛି ୭୫ ହଜାର ୭୯୭ ।