ଆଜି କୋଭିଡ୍ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ମେଟ୍ରୋ ଟିଭି ବ୍ୟୁରୋ,୨/୧: ମୁଖ୍ୟମନ୍ତ୍ରୀ ରାଜ୍ୟରେ ଥିବା କୋଭିଡ୍ ସ୍ଥିତିକୁ ସମୀକ୍ଷା କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନ ୫ଟାରେ କୋଭିଡ୍ ପରିସ୍ଥିତିର ସମୀକ୍ଷା କରିବେ । ରାଜ୍ୟରେ କରୋନାର ମାମଲା ବଢିଚାଲିଥିବାରୁ ଏନେଇ ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ । ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱାସ୍ଥ୍ୟ ସଚିବ ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ରହିବେ ଉପସ୍ଥିତ ରହିବେ ।
ସୂଚନା ଅନୁଯାୟୀ, ରାଜ୍ୟରେ ବଢିଚାଲିଛି କୋଭିଡ ସଂକ୍ରମଣ । ଆଜି ପଜିଟିଭ୍ ରେଟ୍ ୧.୩୧ପ୍ରତିଶତ ରହିଛି । ଯାହା ଗତକାଲିର ୦.୭୭ ପ୍ରତିଶତରୁ ଅଧିକା ରହିଛି । ଗତକାଲି ୫୪ହଜାର ୭୯୩ ଟେଷ୍ଟିଂ ହୋଇଥିଲା । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୬୩ ଆକ୍ରାନ୍ତ ହୋଇଛନ୍ତି । ରାଜ୍ୟରେ ଆକ୍ଟିଭ୍ କେସ୍ ରହିଛି ୨ ହଜାର ୮୮୮ ।