୪ରୁ ଅଚଳ ହେବ ବ୍ଲାକବେରୀ ଫୋନ
ମେଟ୍ରୋ ଟିଭି ବ୍ୟୁରୋ,୩/୧: ବ୍ଲାକବେରୀର ଫୋନ ପାଇ ଏବେ ଗ୍ରାହକ ମାନେ ଅସୁବିଧାରେ ପଡିପାରନ୍ତି । ବ୍ଲାକବେରୀ କମ୍ପାନୀ ୪ ଜାନୁଆରୀ ୨୦୨୨ ରୁ ତା’ର କେତକ କ୍ଲାସିକ ଫୋନ୍ ର ସପୋର୍ଟ ବନ୍ଦ କରିଦେବ । ସପୋର୍ଟ ସିଷ୍ଟମ ବନ୍ଦ ହେବା ପରେ ଏହି ଫୋନ୍ ସବୁ କେବଳ ଡବା ହୋଇଯିବ ।
କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ବ୍ଲାକବେରୀର ଏହି ଫୋନ୍ ଯାହା ବ୍ଲାକବେରୀ କିମ୍ବା OS BB10 OS ଅପରେଟିଂ ସିଷ୍ଟମରେ ଚାଲିଥାଏ । ତାହା ୪ ଜାନୁଆରୀ ୨୦୨୨ ରୁ ତୁରନ୍ତ ବନ୍ଦ ହୋଇଯିବ । ଏହାପରେ ନା ଆପଣ ଏହି ଫୋନରୁ ନା କଲ କରିପାରିବେ ନା ଡାଟା ଚଳାଇ ପ ।ରିବେ । ଏହି ଫୋନରେ ଜରୁରୀକାଳୀନ ସେବା ମଧ୍ୟ କାମ କରିବ ନାହିଁ । ଏହି ନିଷ୍ପତ୍ତି କେବଳ କ୍ଲାସିକ ସ୍ମାର୍ଟ ଫୋନ ଉପରେ ଲାଗୁ ହେବ । ହେଲେ ବ୍ଲାକବେରୀର ଏଣ୍ଡରଏଡ ଅପରେଟିଂ ସିଷ୍ଟମ ପୂର୍ବ ଭଳି ଚାଲୁ ରହିବ ।