ବ୍ୟାଙ୍କିଂ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଆସନ୍ତା ମାସରେ ଖାଲି ଛୁଟି ଆଉ ଛୁଟି । ଡିସେମ୍ବର ମାସରେ ମୋଟ ୧୮ ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ । ଏଭଳି ସ୍ଥିତିରେ ବ୍ୟାଙ୍କ ଗ୍ରାହକମାନେ ମଧ୍ୟ ସଚେତନ ହେବାର ଆବଶ୍ୟକତା ରହିଛି ।ସୂଚନା ମୁତାବକ, ବର୍ଷର ଶେଷ ମାସ ଡିସେମ୍ବରରେ ମୋଟ ୧୮ ଦିନ ବ୍ୟାଙ୍କ ବନ୍ଦ ରହିବ । ବ୍ୟାଙ୍କ ହରତାଳ ଛୁଟି କାରଣରୁ ଅନେକ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହୁଥିବାରୁ ଗ୍ରାହକମାନେ ପୂର୍ବରୁ ବ୍ୟାଙ୍କ ସହ ଜଡ଼ିତ ସେମାନଙ୍କର ଜରୁରୀ କାମ ସାରିଦେବା ଭଲ । ଅଲଗା ଅଲଗା ବ୍ୟାଙ୍କ ପକ୍ଷରୁ ଅଲଗା ଅଲଗା ଦିନରେ ହରତାଳ କରାଯାଉଥିବାରୁ ଏହାର ପ୍ରଭାବ ନିଶ୍ଚିତ ଭାବେ ବ୍ୟାଙ୍କ କାରବାରକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ।ଡିସେମ୍ବର ୫ରେ ବ୍ୟାଙ୍କ ଅଫ୍ ବରୋଦା, ୬ରେ କାନାରା ବ୍ୟାଙ୍କ ଓ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ, ୭ରେ ଇଣ୍ଡିଆନ ଓ ୟୁକୋ ବ୍ୟାଙ୍କ, ୮ରେ ୟୁନିୟନ ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, ୧୧ରେ ସମସ୍ତ ଘରୋଇ ବ୍ୟାଙ୍କ ହରତାଳ ପାଇଁ ବନ୍ଦ ରହିବ । ୧ରେ ଅରୁଣାଚଳ ପ୍ରଦେଶ ଓ ନାଗାଲାଣ୍ଡରେ ରାଜ୍ୟ ସ୍ଥାପନା ଦିବସ, ୩ ତାରିଖ ରବିବାର, ୪ରେ ସେଣ୍ଟ ଫ୍ରାନ୍ସିସ ଜେଭିୟର ଫେଷ୍ଟିଭାଲ, ୯ରେ ମାସର ଦ୍ୱିତୀୟ ଶନିବାର, ୧୦ ତାରିଖ ରବିବାର, ୧୨ରେ ମେଘାଳୟରେ ପା-ତୋଗନ ନେଙ୍ଗମିଞ୍ଜା ସଙ୍ଗମା, ୧୩ ଓ ୧୪ରେ ସିକିମରେ ଲୋସୁଙ୍ଗ / ନାପସୁଙ୍ଗ, ୧୭ ତାରିଖ ରବିବାର, ୧୮ରେ ମେଘାଳୟରେ ୟୁ ସୋସୋ ଥାମର ପୁଣ୍ୟ ତିଥି, ୧୯ରେ ଗୋଆରରେ ମୁକ୍ତି ଦିବସ, ୨୩ ମାସର ଚତୁର୍ଥ ଶନିବାର, ୨୪ ତାରିଖ ରବିବାର, ୨୫ ତାରିଖରେ କ୍ରିସମାସ, ୨୬ରେ ମିଜୋରାମ, ନାଗାଲାଣ୍ଡ ଓ ମେଘାଳୟରେ କ୍ରିସମାସ, ୨୭ରେ ନାଗାଲାଣ୍ଡରେ କ୍ରିସମାସ, ୩୦ରେ ମେଘାଳୟରେ ୟୁ କିୟାଙ୍ଗ ନାଙ୍ଗବାହ, ୩୧ ତାରିଖ ରବିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ ।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Prev Post
Next Post