ଦେଶରେ ମହଙ୍ଗା ହେବ ୟୁଟ୍ୟୁବ ଦେଖିବା । ଏଥିପାଇଁ କମ୍ପାନୀ ଏକ ବଡ଼ ଯୋଜନାରେ ରହିଛି । ତେବେ ଏଣିକି କିଛି ଦେଶରେ ୟୁଟ୍ୟୁବ ଚଳାଇବା କିମ୍ବା ଏଥିରେ ଭିଡିଓ ଦେଖିବା ୟୁଜରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ଯାହାକୁ ନେଇ ଖୁବ ଚର୍ଚ୍ଚା ଜୋର ଧରିଛି । କିଛି ଦିନ ପୂର୍ବରୁ କମ୍ପାନୀ ନିଜ ପ୍ଲାଟଫର୍ମରେ ଆଡ୍ ବ୍ଳକର୍ସକୁ ବ୍ୟାନ୍ କରିବା ଆରମ୍ଭ କରିଦେଇଛି । ତେଣୁ ବିଭିନ୍ନ ଦେଶରେ ନିଜ ପ୍ରିମୟମ୍ ସବସ୍କ୍ରିପ୍ସନ ମହଙ୍ଗା କରିପାରେ ୟୁଟ୍ୟୁବ ।ଜାଣି ରଖନ୍ତୁ ପୂର୍ବରୁ ୟୁଟ୍ୟୁବ ପ୍ରିମିୟମ (YouTube Premium) ବ୍ୟବହାର କରୁଥିବା ଗ୍ରାହକମାନଙ୍କୁ ୩ ମାସର ଅତିରିକ୍ତ ପିରିୟଡ ଦେଇଛି କମ୍ପାନୀ । ଏହାପରେ ସେମାନଙ୍କୁ ମାସିକ ସବସ୍କ୍ରିପ୍ସନ ନେବାକୁ ପଡ଼ିବ ବୋଲି ନିୟମ କରିଛି ୟୁଟ୍ୟୁବ । ତେବେ ଏହି ୟୁଟ୍ୟୁବ ପ୍ରିମିୟରରେ ୟୁଜରମାନଙ୍କୁ ଅନେକ ଗୁଡ଼ିଏ ପାଇଦା ମିଳିଥାଏ । ଅଦରକାରୀ ତଥା ବିରକ୍ତ କରୀୁତିବା ବିଭିନ୍ନ ବିଜ୍ଞାପନ ବିନା ଏହି ୟଜରମାନେ ୟୁଟ୍ୟୁବର ମଜା ନେଇପାରିବେ । ଏହାସହିତ ୟୁଟ୍ୟୁବ ପ୍ରିମିୟମରେ ଆହୁରି ଅନେକ ପ୍ରକାରର ସୁବିଧା ଉପଲବ୍ଧ ହୋଇଥାଏ । ୟୁଜର୍ସମାନଙ୍କୁ ୟୁଟ୍ୟୁବ ମ୍ୟୁଜିକ୍ ପାଇଁ ମଧ୍ୟ ଆକ୍ସେସ ମିଳିପାରିବ । ଏହି ପ୍ଲାଟଫର୍ମରେ ବାକଗ୍ରାଉଣ୍ଡ ମ୍ୟୁଜିକ ଫିଚର ମଧ୍ୟ ବ୍ୟବହାର କରିପାରିବେ ୟୁଟ୍ୟୁବ ପ୍ରିମିୟର ୟୁଜର । ତେବେ ଗତକାଲି ୟୁଟ୍ୟୁବ ତରଫରୁ ୭ଟି ଦେଶର ୟୁଜରମାନଙ୍କୁ ୟୁଟ୍ୟୁବ ପ୍ରିମିୟମରେ ଦରବୃଦ୍ଧି ନେଇ ସୂଚନା ଦିଆଯାଇଛି ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post