ଆଜିକାଲି କୌଣସି ପ୍ରକାର ସର୍ଭିସ୍ ପାଇବାକୁ ହେଲେ ବି କ୍ୟୁଆର୍ କୋଡ୍ ସ୍କାନ କରିବାକୁ ପଡୁଛି । କିନ୍ତୁ କୌଣସି କ୍ୟୁଆର୍ କୋଡ୍ ସ୍କାନ କରିବା ପରେ ଏହା ଯଦି ଏକ ସ୍କାମ ବୋଲି ଜଣାପଡେ ତେବେ ? ଅର୍ଥାତ୍ ଏକ କୋଡ୍ ସ୍କାନ ଆପଣଙ୍କ ସମସ୍ତ ଡାଟାକୁ ଆକ୍ସେସ କରିନେଇପାରେ । ଏଥିରୁ ରକ୍ଷା ପାଇବା ପାଇଁ ଆପଣଙ୍କୁ କିଛି କଥା ଉପରେ ଧ୍ୟାନ ରଖିବାକୁ ହେବ ।ସାଇବର ଠକ ବା ସ୍କାମର୍ସ ଲୋକଙ୍କୁ କ୍ୟୁଆର୍ କୋଡ୍ ଇମେଲ୍ ପଠାଇ ଠକିବାର ନୂଆ ଉପାୟ ଆପଣାଇଛନ୍ତି । କେବଳ ଇମେଲ୍ ନୁହେଁ ଅନ୍ୟ ଉପାୟରେ ବି ସ୍କାମର୍ସ ଲୋକଙ୍କୁ ଠକୁଛନ୍ତି । ଏହି କ୍ୟୁଆର୍ କୋଡ୍ ଫିଶିଂ ଲିଙ୍କ ଓ ସ୍କାମ୍ ପେଜ୍ରୁ ଇନକୋଡେଡ୍ ହୋଇଥାଏ । ଯେତେବେଳେ କୌଣସି ୟୁଜର ଏହି କୋଡ୍କୁ ସ୍କାନ କରିଥାଏ ସେତେବେଳେ ସେ ସ୍କାମର ଶିକାର ହୋଇଥାଏ । ବହୁ ମାମଲାରେ ସ୍କାମର ଗିଫ୍ଟ ଓ ରିଟର୍ଣ୍ଣ ନାମରେ ବି ଲୋକଙ୍କୁ ଫସାଇଥାନ୍ତି ।ଯେତେବେଳେ କୌଣସି ୟୁଜର ଏହି ଗିଫ୍ଟ କିମ୍ବା ରିଟର୍ଣ୍ଣ ଲାଗି କୋଡ୍କୁ ସ୍କାନ କରିଥାଏ ସେତେବେଳେ ତାକୁ ପାସୱାର୍ଡ ଏଣ୍ଟର କରିବାକୁ ପଡିଥାଏ । ଏହି ସମୟରେ ସେ ସ୍କାମର ଶିକାର ହୋଇଥାଏ । ଏହା କରିବା ଦ୍ୱାରା ଆପଣଙ୍କୁ କୌଣସି ଗିଫ୍ଟ ତ ମିଳି ନ ଥାଏ ଅପରପକ୍ଷେ ଆପଣଙ୍କ ଆକାଉଣ୍ଟରୁ ପଇସା କଟିଯାଏ । ସ୍କାମର ଲୋକଙ୍କୁ ଫସେଇବା ଲାଗି ଏମାନଙ୍କ କ୍ୟୁଆର୍ କୋଡ୍ କୁ ଦୋକାନ କିମ୍ବା ଅନ୍ୟ ଯାଗାରେ ଲଗାଇ ଦେଇଥାନ୍ତି ।
ଆମେରିକୀୟ ଏଜେନ୍ସୀ FBI କିଛି ଦିନ ପୂର୍ବରୁ ଏପରି ସାଇବର ଠକମାନଙ୍କୁ ନେଇ ଏକ ସତର୍କତା ଜାରି କରିଛି । FBI କହିଛି ବହୁ ସମୟରେ ସ୍କାମର୍ସ ଅସଲି କ୍ୟୁଆର୍ କୋଡ୍ ଯାଗାରେ ନକଲି କୋଡ୍ ଲଗାଇ ଦେଇଥାଏ । ସରକାର ଓ ସାଇବର ସିକ୍ୟୁରିଟି କମ୍ପାନୀ ଲଗାତର ଲୋକମାନଙ୍କୁ ଏହିପ୍ରକାର ସ୍କାମ୍ ବିରୁଦ୍ଧରେ ସଚେତନ କରିଆସୁଛନ୍ତି ।ଇଣ୍ଟରନେଟ୍ ଦୁନିଆରେ ଆପଣ ସାବଧାନ ଓ ସତର୍କ ରହିଲେ ଏହି ସ୍କାମରୁ ରକ୍ଷା ପାଇପାରିବେ । କ୍ୟୁଆର୍ କୋଡ୍ ସହିତ ଆସୁଥିବା କୌଣସି ଇମେଲ୍ ଏହାର ପ୍ରଥମ ସଂକେତ ହୋଇଥାଏ । କୌଣସି ଇମେଲ୍ରେ ଆପଣଙ୍କୁ କ୍ୟୁଆର୍ କୋଡ୍ ନଜର ଆସିଲେ ଏହା ବହୁତ ବିପଦପୂର୍ଣ୍ଣ । ଲୋକଙ୍କ ବ୍ୟସ୍ତତାର ଫାଇଦା ଉଠାଇ ସେମାନେ ସର୍ଭିସ ଏକ୍ସପାୟାର ପରି ମେସେଜ୍ ପଠାଇଥାନ୍ତି । କୌଣସି ଇମେଲ୍କୁ ବିଶ୍ୱାସ କରିବା ପୂର୍ବରୁ ଏହାକୁ ଠିକ୍ ଭାବରେ ଯାଞ୍ଚ କରନ୍ତୁ । ସେହିପରି କୌଣସି ଦୋକାନରେ କ୍ୟୁଆର୍ କୋଡ୍ ସ୍କାନ କରିବା ସମୟରେ ବ୍ୟସ୍ତ ହୁଅନ୍ତୁ ନାହିଁ । କୌଣସି କ୍ୟୁଆର୍ କୋଡ୍ ସ୍କାନ କରିବା ପରେ ଦେଖନ୍ତୁ ଏହା କାହା ନାମରେ ରହିଛି । ଯଦି ଏହା ଦୋକାନୀ ନାମରେ ରହିଛି ତେବେ ପେମେଣ୍ଟ କରନ୍ତୁ ।
Trending
- ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ ଗେଟ୍,ବର୍ତ୍ତମାନ ୧୬ ଟି ଗେଟ୍ ଦେଇ ପାଣି ନିଷ୍କାସିତ
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
Prev Post
Next Post