ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍ର ସେନ୍ସେକ୍ସ ୬୧୭ ପଏଣ୍ଟ ହ୍ରାସ ପାଇ ୭୩,୫୦୨ ପଏଣ୍ଟରେ ବନ୍ଦ ହୋଇଛି। ଏହାର ପ୍ରଭାବରେ ନିବେଶକମାନଙ୍କ ସମ୍ପତ୍ତିରେ ୩.୧୫ ଲକ୍ଷ କୋଟି ଟଙ୍କାର ହ୍ରାସ ଘଟିଛି। ଷ୍ଟକ୍ ବଜାରରେ ପଞ୍ଜୀକୃତ ଥିବା ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମୋଟ ବଜାର ପୁଞ୍ଜି ପରିମାଣ ୩୮୯.୬୬ ଲକ୍ଷ କୋଟି ଟଙ୍କାକୁ ଖସିଆସିଛି। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ର ନିଫ୍ଟି ମଧ୍ୟ ୧୬୧ ପଏଣ୍ଟ ହ୍ରାସ ପାଇ ୨୨,୩୩୨ ପଏଣ୍ଟରେ ବନ୍ଦ ହୋଇଛି। ଆମେରିକାର ମୁଦ୍ରାସ୍ଫୀତି ତଥ୍ୟ ପ୍ରକାଶ ପାଇବାକୁ ଯାଉଥିବା ବେଳେ ଦେଶର କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରକାଶ ପାଇବ। ସେଥିପାଇଁ ନିବେଶକମାନେ ଆଜି ସତର୍କତାର ସହ କାରବାର କରିଥିଲେ। ଆଶଙ୍କା ଭିତରେ ଥିବା ସେୟାରଗୁଡ଼ିକୁ ସେମାନେ ବିକ୍ରି କରିବାରୁ ସେନ୍ସେକ୍ସ ଓ ନିଫ୍ଟିରେ ହ୍ରାସ ଘଟିଥିଲା। ପାୱାର ଗ୍ରିଡ୍, ଟାଟା ଷ୍ଟିଲ୍, ଷ୍ଟେଟ୍ ବ୍ୟାଙ୍କ, ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ, ଏନ୍ଟିପିସି ଓ ଏଚ୍ଡିଏଫ୍ସି ବ୍ୟାଙ୍କର ଦାମ୍ ହ୍ରାସ ପାଇଥିବା ବେଳେ ନେସ୍ଲେ ଇଣ୍ଡିଆ, ବଜାଜ୍ ଫିନ୍ସର୍ଭ, ଏସିଆନ୍ ପେଣ୍ଟ୍ସ ଓ ଟେକ୍ ମହିନ୍ଦ୍ରାର ସେୟାର ମୂଲ୍ୟ ହ୍ରାସ ପାଇଛି।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post