ଆର୍ଥିକ ସଂକଟ ଦେଇ ଗତି କରୁଥିବା ବାଇଜୁସ୍ ଏହାର କର୍ମଚାରୀମାନଙ୍କୁ ଏପ୍ରିଲ ମାସର ଦରମା ଠିକ୍ ସମୟରେ ଦେଇଛି। ପ୍ରାୟ ୪ ମାସ ପରେ କର୍ମଚାରୀମାନେ ଠିକ୍ ସମୟରେ ବେତନ ପାଇଛନ୍ତି। କିନ୍ତୁ ଦରମା ପାଇଁ କମ୍ପାନି ନୂଆ ଫର୍ମୁଲା ଲାଗୁ କରିଦେଇଛି। ଏଥିରେ ସେଲ୍ସ ବିଭାଗରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଦରମାକୁ ସେମାନଙ୍କ ରୋଜଗାର ସହିତ ଯୋଡ଼ି ଦିଆଯାଇଛି। ବାଇଜୁସ୍ରେ ବର୍ତ୍ତମାନ ପ୍ରାୟ ୧୨ ହଜାର କର୍ମଚାରୀ କାମ କରୁଛନ୍ତି। ସେମାନଙ୍କ ପକ୍ଷରୁ ପ୍ରାୟ ୪ ହଜାର କର୍ମଚାରୀ ସେଲ୍ସ ବିଭାଗରେ ଅଛନ୍ତି। ଗତମାସରେ ବାଇଜୁସ୍ର ପ୍ରତିଷ୍ଠାତା ବାଇଜୁ ରବୀନ୍ଦ୍ରନ କର୍ମଚାରୀମାନଙ୍କୁ ମାସର ଦରମା ଦେବାଲାଗି ପ୍ରାୟ ୩୦ କୋଟି ଟଙ୍କା ଋଣ କରିଥିଲେ। ଆର୍ଥିକ ସଂକଟରେ ଫସିଥିବା କମ୍ପାନି ଗତ କିଛିମାସ ହେଲା କର୍ମଚାରୀମାନଙ୍କୁ ଠିକ୍ ସମୟରେ ଦରମା ଦେଇପାରିନାହିଁ। ଗତମାସରେ କମ୍ପାନି କିଛି କର୍ମଚାରୀଙ୍କୁ ଛଟେଇ ମଧ୍ୟ କରିଥିଲା।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Prev Post
Next Post