ବମ୍ବେ ଷ୍ଟକ ବଜାର କାରବାର ଲାଗି ବୁଧବାର ଖରାପ ଦିନ ସାବ୍ୟସ୍ତ ହୋଇଛି। ନିବେଶକମାନେ ସେୟାର ବିକ୍ରି କରିବା କାରଣରୁ ଏହାର ସୂଚୀ ସେନ୍ସେକ୍ସରେ ବଡ଼ ଧରଣର ହ୍ରାସ ଘଟିଛି। ଏହି ଝଡ଼ରେ ଗୋଟିଏ ଦିନରେ ୬ ଲକ୍ଷ କୋଟି ଟଙ୍କା ଉଡ଼ିଯାଇଛି। ବମ୍ବେ ଷ୍ଟକ ବଜାରରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମୋଟ ବଜାର ପୁଞ୍ଜି ପରିମାଣ ୩୮୬ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି। ଆଜି ଦେଶର ଦୁଇ ଷ୍ଟକ୍ ବଜାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜରେ କାରବାର ଆରମ୍ଭ ହେବା ପରେ ସେମାନଙ୍କ ସୂଚକାଙ୍କ ସେନ୍ସେକ୍ସ ଓ ନିଫ୍ଟି ବୃଦ୍ଧିର ସହ ଆଗକୁ ବଢ଼ିଥିଲା। ମାତ୍ର କାରବାର ଶେଷ ହେବା ବେଳକୁ ତାହା ଧରାଶାୟୀ ହୋଇଯାଇଥିଲେ। ସେନ୍ସେକ୍ସ ୭୯୦ ପଏଣ୍ଟ୍ ଓ ନିଫ୍ଟି ୨୪୭ ପଏଣ୍ଟ ହରାଇଥିଲା। ଏହି ହ୍ରାସରେ ଲାର୍ଜ କ୍ୟାପ୍ ଓ ମିଡ୍ କ୍ୟାପ୍ ବର୍ଗର ୧୦ ସେୟାର ଗୁରୁତର ଭାବେ ପ୍ରଭାବିତ ହେବାରୁ ନିବେଶକମାନଙ୍କ ସମ୍ପତ୍ତିରେ ବଡ଼ ଧରଣର ହ୍ରାସ ଘଟିଛି। ଆଜି ସେନ୍ସେକ୍ସ ୭୨,୩୦୪ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ନିଫ୍ଟି ୨୧,୯୫୧ ପଏଣ୍ଟରେ ବନ୍ଦ ହୋଇଛି। ଆଜି ଷ୍ଟକ୍ ବଜାରରେ ଭୋଡାଫୋନ୍ ଆଇଡିଆ, ଗୋଦରେଜ୍ ପ୍ରପର୍ଟିଜ୍, କାନାରା ବ୍ୟାଙ୍କ, ଏସିସି, ୱିପ୍ରୋ, ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ, ମାରୁତି ସୁଜୁକି, ଆପୋଲୋ ହସ୍ପିଟାଲ୍, ପାୱାରଗ୍ରିଡ୍ କର୍ପୋରେସନ, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ଆଇସର ମୋଟର୍ସ ଓ ଆଦାନି ଗ୍ରୁପ୍ର ୧୦ଟି ତାଲିକାଭୁକ୍ତ କମ୍ପାନିର ସେୟାର ମୂଲ୍ୟରେ ହ୍ରାସ ଘଟିଛି। ସେହି ସମୟରେ ହିନ୍ଦୁସ୍ତାନ ୟୁନିଲିଭର, ଇନ୍ଫୋସିସ୍, ଟିସିଏସ୍ ଓ ଏୟାରଟେଲ୍ର ସେୟାର ମୂଲ୍ୟରେ ବୃଦ୍ଧି ଘଟିଛି।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post