ସେନ୍ସେକ୍ସ ୧୧୪.୪୯ ପଏଣ୍ଟ ବା ୦.୧୬ ପ୍ରତିଶତ ବୃଦ୍ଧି ଘଟି ୭୩,୮୫୨.୯୪ ପଏଣ୍ଟରେ ବନ୍ଦ ହୋଇଛି। ଗତ ୪ ଦିନରେ ସେନ୍ସେକ୍ସ ୧୩୬୩.୯୫ ପଏଣ୍ଟ ବୃଦ୍ଧି ଘଟିଛି। ଏଥିଯୋଗୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନିଙ୍କ ବଜାରପୁଞ୍ଜି ୮ ଲକ୍ଷ ୪୮ ହଜାର ୩୨୮ କୋଟି ୯୦ ଲକ୍ଷ ବୃଦ୍ଧି ପାଇ ୪୦୧ ଲକ୍ଷ ୩୭ ହଜାର ୩୭୭ କୋଟି ୨୧ ଲକ୍ଷ ଟଙ୍କା ବା ୪.୮୪ ଲକ୍ଷ କୋଟି ଡଲାରରେ ପହଞ୍ଚିଛି। ପଶ୍ଚିମ ଏସିଆରେ ଉତ୍ତେଜନା ଦୂର ହୋଇ ନଥିଲେ ମଧ୍ୟ ନିବେଶକମାନେ ସେୟାର ବଜାରରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ଏଥିଯୋଗୁ ଷ୍ଟକ ମାର୍କେଟ ଉପରକୁ ଉଠୁଛି ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏସିଆେରେ ସିଓଲ, ଟୋକିଓ, ସାଂଘାଇ ଏବଂ ହଂକଂ ଷ୍ଟକ ମାର୍କେଟ ଉପରକୁ ଉଠିଛି। ଅନ୍ୟପକ୍ଷରେ ଅଶୋଧିତ ତେଲ ଦାମ୍ ଆଜି ହ୍ରାସ ପାଇଛି। ବ୍ରେଣ୍ଟ୍ କ୍ରୁଡ୍ ଦାମ୍ ବ୍ୟାରେଲ୍ ପିଛା ୦.୫୧ ପ୍ରତିଶତ ହ୍ରାସ ଘଟି ୮୭.୯୭ ଡଲାର ରହିଛି।
Trending
- ଓଡ଼ିଶା ମଣ୍ଡପ ପାଇଁ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ
- ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ
- ଯବାନଙ୍କ ଗୁଳିରେ 7 ମାଓବାଦୀ ଗିରଫ
- କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ,ଡାକ୍ତରଖାନାରେ ଭର୍ତ୍ତି
- 4 ଟି ପ୍ରସ୍ତାବ ବାଜିଲା କ୍ୟାବିନେଟ ମୋହର , ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜାନା କୁ ମିଳିଲା ଅନୁମୋଦନ
- ବିକଶିତ କୋଟିଆ ପାଇଁ ମାଷ୍ଟର ପ୍ଲାନ
- ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ
- ଆଜି ରୁକ୍ମିଣୀ ହରଣ ଏକାଦଶୀ , ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ
- ବିଶ୍ଵର ସର୍ବୋଚ୍ଚ ସେତୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
Prev Post
Next Post