ମାଇକ୍ରୋସଫ୍ଟ ସର୍ଭର ଡାଉନ୍ ରହିଛି। ଫଳରେ ସାରା ବିଶ୍ୱରେ ଅନଲାଇନ୍ ସେବା ପ୍ରଭାବିତ ହୋଇଛି। ତେବେ ଧିରେ ଧିରେ ସୁଧୁରୁଛି ଅଚଳ ହୋଇପଡ଼ିଥିବା ୱିଣ୍ଡୋଜ୍ ଅପରେଟିଂ ବ୍ୟବସ୍ଥା। ଏଥିପାଇଁ କିଛି ସମୟ ଲାଗିବ ବୋଲି ମାଇକ୍ରୋସଫ୍ଟ ପକ୍ଷରୁ କୁହାଯାଇଛି। ଦିଲ୍ଲୀ ଓ ଚେନ୍ନାଇ ବିମାନ ବନ୍ଦରରେ ଯାତ୍ରୀଙ୍କ ଲମ୍ବା ଲାଇନ ଲାଗିଛି।ବିଶ୍ବବ୍ୟାପୀ ଆଜି ମାଇକ୍ରୋସଫ୍ଟ ସେବାରେ ଦେଖାଦେଇଥିବା ବିଭ୍ରାଟର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିଛି। ସାଇବରସିକ୍ୟୁରିଟି ସେବା ପ୍ରଦାନ କରୁଥିବା କମ୍ପାନି କ୍ରାଉଡଷ୍ଟ୍ରାଇକ୍ ସଫ୍ଟୱେର ଅପ୍ଡେଟ୍ କାରଣରୁ ମାଇକ୍ରୋସଫ୍ଟ ୱିଣ୍ଡୋଜ୍ କାମ କରି ନଥିଲା। ଏଥିଯୋଗୁ ବିମାନ ସେବା ଠାରୁ ଆରମ୍ଭ କରି ବ୍ୟାଙ୍କ ଏବଂ ଖବର ପ୍ରସାରଣ, ଷ୍ଟକ୍ ମାର୍କେଟ ସେବା ଆଦି ଗୁରୁତର ଭାବେ ପ୍ରଭାବିତ ହୋଇଛି।ବିମାନସେବା କ୍ଷେତ୍ରରେ ବିମାନ ଚଳାଚଳ ଠାରୁ ଆରମ୍ଭ କରି ଯାତ୍ରୀଙ୍କ ଚେକ୍-ଇନ୍ ଏବଂ ବ୍ୟାଗ୍ ହ୍ୟାଣ୍ଡଲିଂ ସର୍ବାଧିକ ବାଧାପ୍ରାପ୍ତ ହୋଇଛି। ଏୟାରଲାଇନ୍ସ ଭଳି ବିମାନ ବନ୍ଦର ଏବଂ ଅନ୍ୟ ପରିବହନ ବ୍ୟବସ୍ଥା ମଧ୍ୟ ସମାନ ସମସ୍ୟା ଦେଇ ଗତି କରିଛନ୍ତି ବୋଲି ଇଣ୍ଡିଗୋ ପକ୍ଷରୁ କୁହାଯାଇଛି। ବାତିଲ ହୋଇଥିବା ବିମାନର ଯାତ୍ରୀଙ୍କୁ ବିମାନ ବନ୍ଦର ନଆସିବା ପାଇଁ ପରାମର୍ଶ ଦିଆଯାଇଛି। ଧୈର୍ଯ୍ୟ ରଖିବା ଓ ସହଯୋଗ କରିବା ଲାଗି କମ୍ପାନି ପକ୍ଷରୁ ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି।
Trending
- ବିହାର ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନର: ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ
- ପୋଲିସ ଏସ୍ଆଇ ନିଯୁକ୍ତି ଘଟଣା: ଦୋଷୀଙ୍କୁ ଧରିବା ପାଇଁ ସିବିଆଇ କ’ଣ ଦରକାର ପଡ଼ିଲେ ଏନ୍ଆଇଏ ତଦନ୍ତ ହେବ
- କଟକରେ ବିଶୃଙ୍ଖଳା ସୃଷ୍ଟି କରିଥିବା ୮ ଜଣଙ୍କୁ ଗିରଫ କଲା ପୋଲିସ
- ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ
- କଟକ ସହରରେ ସ୍ଥିତି ନିୟନ୍ତ୍ରଣ : ଇଣ୍ଟରନେଟ୍ ବନ୍ଦ
- କାଶ ସିରପର ଗୁଣବତ୍ତା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ
- ପୁଲିସ ଏସ୍ଆଇ ପରୀକ୍ଷା ଜାଲିଆତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦେଶ
- ଶ୍ରୀକ୍ଷେତ୍ରକୁ ଛୁଟିଲେଣି ହବିଷ୍ୟାଳି
- ଆଜି ବିରାଜିବେ ମା’ ଗଜଲକ୍ଷ୍ମୀ
- ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ ଆଜି
Prev Post
Next Post