ବିଭିନ୍ନ କଂପାନିର ସେୟାରରେ ନିବେଶ କରୁଛନ୍ତି। ଦେଶର ଜନସଂଖ୍ୟା ଦୃଷ୍ଟିରୁ ଯଦିଓ ଏହା ଏତେ ବଡ଼ ମନେ ହେଉନାହିଁ, ମାତ୍ର ପରିବାର ଦୃଷ୍ଟିରୁ ଦେଖିଲେ ଷ୍ଟକ ବଜାରରେ ୧୭ ପ୍ରତିଶତ ଭାରତୀୟ ପରିବାର ନିବେଶ କରୁଛନ୍ତି। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ୍ର ସିଇଓ ଆଶିଷ ଚୌହ୍ବାନ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ସ୍ମାର୍ଟଫୋନ୍ର ଗ୍ରହଣୀୟତା ବଢ଼ିବା ଓ ଟ୍ରେଡିଂ ଆପ୍ଗୁଡ଼ିକ ଲୋକପ୍ରିୟ ହେବା ପରେ ଗତ ୨-୩ ବର୍ଷରେ ଷ୍ଟକ ବଜାରରେ ନିବେଶ କରୁଥିବା ଲୋକଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଘଟିଛି। ଏନ୍ଏସ୍ଇରେ ୧୬-୧୭ କୋଟି ଖାତା ରହିଛି। ଯଦି ସେଥିରୁ ନକଲି ଖାତା ହଟାଇ ଦିଆଯିବ ତେବେ ପ୍ରକୃତ ନିବେଶକଙ୍କ ସଂଖ୍ୟା ୮ କୋଟି ହେବ। ଏହି ସଂଖ୍ୟା ଖୁବ୍ଶୀଘ୍ର ୯ କୋଟି ସ୍ପର୍ଶ କରି ବୋଲି ସେ କହିଛନ୍ତି। ୮ କୋଟି ନିବେଶକ ୫ କୋଟି ପରିବାର ସହ ସମାନ। ସେମାନେ ସିଧାସଳଖ ଷ୍ଟକ୍ ବଜାରରେ ନିବେଶ କରୁଛନ୍ତି। ବିଶେଷ କରି ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ଜରିଆରେ ଅଧିକାଂଶ ନିବେଶକ ଷ୍ଟକ୍ ବଜାରରେ ପ୍ରବେଶ କରୁଥିବା ସେ କହିଛନ୍ତି।
Trending
- ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ୍
- ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି , ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ବଦଳିବ
- ଶ୍ରାବଣ ମାସର ତୃତୀୟ ସୋମବାର
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
Prev Post
Next Post