କ୍ରମାଗତ ୫ଦିନ ଶେୟାର ବଜାରରେ କାରବାର ହ୍ରାସ ଘଟିବା ନିବେଶକମାନଙ୍କୁ ନିରାଶ କରିଛି। ୫ ଦିନରେ ନିବେଶକମାନେ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର ନିବେଶ ହରାଇଥିବା ଷ୍ଟକ୍ ମାକେର୍ଟ ତଥ୍ୟରୁ ଜଣାପଡ଼ିଛି। ଗୁରୁବାର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ୪୨୦ଲକ୍ଷ କୋଟି ଟଙ୍କାରୁ ହ୍ରାସ ପାଇ ୪୧୦ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ବୁଧବାର କାରବାର ଶେଷରେ ବଜାର ପୁଞ୍ଜି ୪୧୫.୧୦ ଲକ୍ଷ କୋଟି ଟଙ୍କା ଥିଲା। ହେଲେ ଗୁରୁବାରର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ୪.୭ ଲକ୍ଷ କୋଟି ଟଙ୍କା ହ୍ରାସ ପାଇ ୪୧୦.୪୦ ଲକ୍ଷ କୋଟିରେ ରହିଛି। ବିଶେଷକରି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ବା ବିଏସ୍ଇ୩୦ ବିଶିଷ୍ଟ ଶେୟାର ସର୍ବାଧିକ କ୍ଷତି ସହିଥିଲାବେଳେ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ)ର ନିଫ୍ଟି ୫୦ର ନିବେଶକମାନେ ମଧ୍ୟ ବ୍ୟାପକ ଭାବେ ନିବେଶ ହରାଇଛନ୍ତି।
ସାଧାରଣ ନିର୍ବାଚନର ସମ୍ଭାବ୍ୟ ଫଳାଫଳକୁ ନେଇ ଆଶଙ୍କାରେ ଥିବା ବିଦେଶୀ ନିବେଶକମାନେ ବଜାରରୁ ପୁଞ୍ଜି ପ୍ରତ୍ୟାହର କରୁଥିବାବେଳେ ଷ୍ଟକ୍ ମାକେର୍ଟର କାରବାର ହ୍ରାସ ପାଇଛି। ଏପରିକି ଗୁରୁବାର ଶେୟାର ବଜାରର କାରବାର ଶେଷ ସୁଦ୍ଧା ବିଏସ୍ଇ ସେନ୍ସେକ୍ସ ୬୧୭.୩୦ ପଏଣ୍ଟ ବା ୦.୮୩% ହ୍ରାସ ପାଇ ୭୩,୮୮୬(୭୩,୮୮୫.୬୦) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିପରି ନିଫ୍ଟି୫୦ ସହ ୨୧୬.୦୫ ପଏଣ୍ଟ ବା ୦.୯୫% ହ୍ରାସ ପାଇ ୨୨, ୪୮୯ ଅଙ୍କରେ ପହଞ୍ଚତ୍ଛି।ସେହିପରି ବିଏସ୍ଇ ସ୍ମଲ୍କ୍ୟାପ୍ ୧.୨୧% ଏବଂ ବିଏସ୍ଇ ମିଡ୍କ୍ୟାପ୍ ୧.୩୩% ହ୍ରାସ ପାଇଥିବାବେଳେ ନିଫ୍ଟି ମିଡ୍କ୍ୟାପ୍ ୧.୩୪% ଏବଂ ନିଫ୍ଟି ସ୍ମଲ୍କ୍ୟାପ୍ ୧.୪୧% ହ୍ରାସ ପାଇଛି। ଅନ୍ୟପକ୍ଷରେ ନିଫ୍ଟି ବ୍ୟାଙ୍କିଙ୍ଗ୍ ୦.୩୭% ବୃଦ୍ଧି ହୋଇଛି ବୋଲି ଶେୟାର ବଜାର ପକ୍ଷରୁ ସୂଚନା ଦିଆଯାଇଛି।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post
Next Post